ନୀଳଗିରି, (୦୩/୦୮) : ଆପ୍ର : ବାବା ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ଶ୍ରାବଣ ମାସ ପ୍ରଥମ ସୋମବାରରେ ଶହ ଶହ କାଉଡିଆଙ୍କ ଭିଡ଼ ।
ବାବାଙ୍କୁ ଜଳଲାଗି ପାଇଁ ହଜାର ହଜାର କାଉଡିଆଙ୍କ ସମାଗମ । ବୋଲବମ୍ ହରହର ବମରେ କମ୍ପୂଛି ଶୈବପୀଠ । ପ୍ରଥମେ ଦ୍ୱାର ଫିଟା ନୀତିପରେ ମଙ୍ଗଳ ଆଳତୀ ଓ ବିଭିନ୍ନ ନିତିକାନ୍ତି ପରେ ବାବାଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ବିଶ୍ୱାସ ରହିଛି ବାବାଙ୍କ ଠାରେ ଆଜିର ଦିନରେ ଜଳଲାଗି କଲେ ମାନସିକପୂରଣ ହେବା ସହିତ କୋଟି ପୂଣ୍ୟ ମିଳିଥାଏ । କିନ୍ତୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରବଳ ଝରଣା ସ୍ରୋତ ବଢିବାରୁ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ କାଉଡ଼ିଆଙ୍କ ସୁରକ୍ଷା ଦୃଷ୍ଟିରେ ବାବାଙ୍କ ସ୍ପର୍ଶ ଦର୍ଶନ ବନ୍ଦ ରହିଛି। ଫଳରେ କାଉଡ଼ିଆମାନେ ନିରାଶ ହୋଇ ଫେରିଛନ୍ତି ।
ସୂଚନା ଅନୁସାରେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳସ୍ତର ବୃଦ୍ଧି ପାଇଥିଲା । ଯାହା ଫଳରେ ଲିଙ୍ଗ ଉପରେ ୧୦ ଫୁଟ୍ ଉଚ୍ଚରେ ପାଣି ପ୍ରଭାବିତ ହେଉଥିଲା । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଉପରକୁ ଯିବାକୁ ବାରଣ କରିଥିଲା ଟ୍ରଷ୍ଟବୋର୍ଡ । କାରଣ ଝରଣା ସ୍ରୋତ ଏତେ ପ୍ରଖର ଯେ ସିଡ଼ିରେ ଯିବା ଅସମ୍ଭବ ହୋଇପଡ଼ିଥିଲା । ଯେ ପର୍ଯ୍ୟନ୍ତ ସ୍ଥିତି ସୁଧୁରିନି ସେ ପର୍ଯ୍ୟନ୍ତ ସଧାରଣ ଦର୍ଶନ ବନ୍ଦ କରଯାଇଛି ।

