Homelocalପିକ୍-ଅପ୍ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ପୋଲିସ ପାଟ୍ରୋଲିଂ ଗାଡ଼ିକୁ କଲା ଭଙ୍ଗାରୁଜା

ପିକ୍-ଅପ୍ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ପୋଲିସ ପାଟ୍ରୋଲିଂ ଗାଡ଼ିକୁ କଲା ଭଙ୍ଗାରୁଜା

ଯୋଡ଼ା, (୦୬/୧୦) : ଆପ୍ର : ଯୋଡ଼ାରେ ପିକ୍-ଅପ୍ ଡ୍ରାଇଭରର ଉନ୍ମତ୍ତକାଣ୍ଡ । ପୋଲିସ ପାଟ୍ରୋଲିଂ ଗାଡ଼ି ଉପରକୁ ଲୁହା ରଡ଼ରେ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା । ଅଭିଯୁକ୍ତ ଅଟକ ।

କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ପିକ୍-ଅପ୍ ଡ୍ରାଇଭର ଉନ୍ମତ୍ତ କାଣ୍ଡ । ଡ୍ୟୁଟିରେ ଥିବା ପୋଲିସ ପାଟ୍ରୋଲିଂ ଗାଡ଼ି ଉପରକୁ ଲୁହା ରଡ଼ରେ ଆକ୍ରମଣ କରି ଗାଡ଼ି ଭଙ୍ଗାରୁଜା କରିଛି । ଏହାସହ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ପିକ୍-ଅପ୍ ଭ୍ୟାନ୍ ଡ୍ରାଇଭରକୁ ଅଟକ ରଖିଛି । ସନ୍ଧ୍ୟା ସମୟରେ ଯୋଡ଼ା ଥାନାର ପାଟ୍ରୋଲିଂ ଭ୍ୟାନ୍ ଟାଉନସିପ୍ ରାସ୍ତାରେ ଯାଉଥିବା ସମୟରେ ଏକ ପିକ୍-ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ପୋଲିସ ଗାଡ଼ିକୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲା । ଦୁର୍ଘଟଣା ଆଶଙ୍କା କରି ପୋଲିସ ଗାଡ଼ିଟିକୁ ଅଟକାଇ ପଚରାଉଚରା କରିବାରୁ ଚାଳକ ଜଣକ ଉତକ୍ଷିପ୍ତ ହୋଇପଡ଼ିଥିଲେ ।

କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଓ ଅଶାଳୀନ ବ୍ୟବହାର କରିବା ସହିତ ନିକଟସ୍ଥ ଏକ ନିର୍ମାଣାଧୀନ ହସ୍ପିଟାଲ ପରିସରରୁ ଏକ ଲୁହା ରଡ୍ ଉଠାଇ ଆଣି ପୋଲିସ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଲୁହା ରଡ୍ ମାଡ଼ରେ ପୋଲିସ ଗାଡ଼ିର କାଚ ଭାଙ୍ଗି ଚୁରମାର ହେବାସହିତ ବୋନେଟ୍ କଣା ହୋଇଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀମାନେ ତୁରନ୍ତ ଉକ୍ତ ଉନ୍ମତ୍ତ ଚାଳକଙ୍କୁ କାବୁ କରି ପିକ୍-ଅପ୍ ଗାଡ଼ି ସହ ଯୋଡ଼ା ଥାନାକୁ ଆଣିଛନ୍ତି । ଅଭିଯୁକ୍ତ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି ଯୋଡ଼ା ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments