Homelocalଓଡ଼ିଶା ଆସିବେ ରାଷ୍ଟ୍ରପତି, ହେବ ମେଗା ଚକ୍ଷୁ ଚିକିତ୍ସା ଶିବିର

ଓଡ଼ିଶା ଆସିବେ ରାଷ୍ଟ୍ରପତି, ହେବ ମେଗା ଚକ୍ଷୁ ଚିକିତ୍ସା ଶିବିର

ରାଇରଙ୍ଗପୁର, (୨୪/୦୯) : ଆପ୍ର : ଓଡ଼ିଶା ଆସିବେ ରାଷ୍ଟ୍ରପତି । ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅକ୍ଟୋବର ୨୭ରେ ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତରେ ଆସିବେ । ଏହି ଅବସରରେ ରାଇରଙ୍ଗପୁରର ୩ଟି ସ୍ଥାନରେ ଆୟୋଜିତ ହେବ ମେଗା ଚକ୍ଷୁ ଚିକିତ୍ସା ଶିବିର । ମହୁଲଡିହା ସ୍ଥିତ ‘ସଂଜୀବ ନେତ୍ରାଳୟ’, ଉପଖଣ୍ଡ ଚିକିତ୍ସାଳୟ ଏବଂ ମହତାବ ଭବନ ଠାରେ ଆୟୋଜିତ ହେବ ଏହି ଶିବିର । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆୟୋଜିତ ହେବାକୁ ଥିବା ଏହି ମେଗା ଚକ୍ଷୁ ଚିକିତ୍ସା ଶିବିରରେ ସେ ସାମିଲ ହେବେ ।

ଅକ୍ଟୋବର ୨୬ ରୁ ୩୦ ତାରିଖ ଯାଏଁ ଚାଲିବ ଏହି ବୃହତ ଚକ୍ଷୁ ଚିକିତ୍ସା ଶିବିର ଚାଲିବ । ଶିବିରରେ ଦିଲ୍ଲୀରୁ ୧୦୦ରୁ ଅଧିକ ଚକ୍ଷୁ ବିଶେଷଜ୍ଞ ଯୋଗଦେଇ ଲୋକଙ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରିବେ । ଆବଶ୍ୟକତା ଅନୁସାରେ ରୋଗୀମାନଙ୍କୁ ଚକ୍ଷୁ ସମ୍ପର୍କିତ ବିଭିନ୍ନ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଅକ୍ଟୋବର ୨୮ରେ ଫେରିଯିବେ ରାଷ୍ଟ୍ରପତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments