Homecrimeବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡ ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା

ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡ ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା

ବ୍ରହ୍ମପୁର, (୦୪/୧୦) : ଆପ୍ର : ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା । ତଣ୍ଟି କାଟି ହତ୍ୟା କଲେ ଦୁର୍ବୃତ୍ତ । ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡ ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି ।

ଟୁନା ନାୟକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣାକୁ ନେଇ ନିମଖଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଟୁନା ନାୟକଙ୍କ ସହ କିଛି ବ୍ୟକ୍ତିଙ୍କର ପୂର୍ବରୁ ଶତ୍ରୁତା ରହିଥିଲା । ସେହି ପୁରୁଣା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଟୁନାଙ୍କ ଗଳାରେ ଆଘାତ ରହିଛି । ହତ୍ୟାକାଣ୍ଡ ସହ ସମ୍ପୃକ୍ତି ସନ୍ଦେହରେ ପୋଲିସ ବିଟୁ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments