ସମ୍ବଲପୁର, (୦୪/୧୧) : ଆପ୍ର : ହୀରାକୁଦରୁ ନାବାଳିକା ଅପହରଣ ଓ ବିକ୍ରି ମାମଲାର ପର୍ଦ୍ଦାଫାସ । ମଧ୍ୟପ୍ରଦେଶରୁ ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ ।
ସମ୍ବଲପୁରର ପୋଲିସର ସ୍ୱତନ୍ତ୍ର ଟିମ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ସେପ୍ଟେମ୍ବର ୨୫ରେ ହୀରାକୁଦ ଥାନା ଅଞ୍ଚଳରୁ ଜଣେ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ମଧ୍ୟପ୍ରଦେଶର ଦାମୋହ ଜିଲ୍ଲା ତେଣ୍ଡୁଖେଡ଼ାରେ ପୋଲିସ ଟିମ୍ ପହଞ୍ଚି ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏହି ମାମଲାରେ ଶିବଶଙ୍କର ଯାଦବକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପରିବାର ଲୋକଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କାରେ ନାବାଳିକାଙ୍କୁ ବିକ୍ରି କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

