Homelocalନାଗାବଳୀ ନଦୀରେ ଜେକେ କମ୍ପାନୀର ଆଡିବନ୍ଧ

ନାଗାବଳୀ ନଦୀରେ ଜେକେ କମ୍ପାନୀର ଆଡିବନ୍ଧ

ରାୟଗଡା, (୦୯/୦୭) : ଆପ୍ର : ରାୟଗଡା ଜେକେ କମ୍ପାନୀ ବାରମ୍ବାର ନାଗାବଳୀ ନଦୀରେ ଆଡ଼ିବନ୍ଧ ବାନ୍ଧି ଅଞ୍ଚଳ ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଏ ନେଇ ଅଞ୍ଚଳ ବାସି ବାରମ୍ବାର ଜିଲ୍ଲା ପ୍ରଶାସନ ଅଭିଯୋଗ କରିଛନ୍ତି । ତଥାପି, ଜିଲ୍ଲା ପ୍ରଶାସନ ଜାଣି ଅଜଣା ରହିଛି ବୋଲି ଅଞ୍ଚଳ ବାସି ନିନ୍ଦା କରିଛନ୍ତି । ବେଆଇନ ଆଡ଼ିବନ୍ଧ ନିର୍ମାଣ ଦ୍ୱାରା ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । ଜଳ ହିଁ ଜୀବନ, ଆଜି ଜୀବନ ବିକ୍ରି ହୋଇଯାଇଅଛି ପୁଞ୍ଜିପତିଙ୍କ ହାତରେ । ନାଗାବଳୀ ନଦୀର ସ୍ରୋତକୁ ବେଆଇନ ଭାବେ ଆଡ଼ିବନ୍ଧ ବାନ୍ଧି ଅଟକାଉଛି ଜେକେ କାଗଜ କଳ କମ୍ପାନୀ । ଲୋକେ ଜଳବନ୍ଦୀ ଅବସ୍ତାରେ ରହୁଛନ୍ତି, ଅନ୍ୟପଟେ ଚାଷଜମି ଶୁଖିଲା ହୋଇ ପଡ଼ି ରହୁଛି । ଏଥି ପୁର୍ବରୁ ବିଧାୟକ ରାୟଗଡା ଆପାଲ୍ଲା ସ୍ୱାମୀ କାଡ୍ରାକା ବିରୋଧ କରିଛନ୍ତି। ସାଧାରଣ ଲୋକ ରାଜରାସ୍ତାକୁ ଓହ୍ଲାଇଲେଣି । ହେଲେ ପ୍ରଶାସନ? ପ୍ରଶାସନ ଆଖିରେ ଅନ୍ଧପୁଟୁଳି! ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ ।

କମ୍ପାନୀ କମ୍ପାନୀ ନିଜ ସ୍ବାର୍ଥ ହାସଲ ନିମନ୍ତେ ନଦୀକୁ ଶୁଖାଇ ଦେଇ ମାରିଦେଉଛି ବୋଲି କହିଛନ୍ତି ସ୍ଥାନୀୟଅଞ୍ଚଳବାସୀ । ସାଧାରଣ ଲୋକଙ୍କୁ ନାଲି ଆଖି ଦେଖାଇ ଡରାଉଛି ପ୍ରସାଶନ । ଏଠି କମ୍ପାନୀର ଲାଭ ସାମ୍ନାରେ ଜନତାର ସ୍ୱର ଶସ୍ତା ହୋଇ ଯାଇଛି । ରାଜସ୍ୱ ଓ ଶିଳ୍ପାୟନ ଆଳରେ ପ୍ରଶାସନିକ ଅଧିକାରୀମାନେ ନିଜ ନିଷ୍ଠାକୁ କମ୍ପାନୀ ପାଖରେ ବନ୍ଧା ପକାଇଛନ୍ତି । ଫାଇଲ୍ ତଳେ ଚାପି ହୋଇଯାଇଛି ନିୟମ । ଯେ ପର୍ଯ୍ୟନ୍ତ ଶାସନ କ୍ଷମତା କମ୍ପାନୀର ଗୋଲାମ ସାଜିଥିବ,ସେ ପର୍ଯ୍ୟନ୍ତ ନାଗାବଳୀ କାନ୍ଦୁଥିବ । ଜିଲ୍ଲା ପ୍ରଶାସନର ନିରବତା କମ୍ପାନୀକୁ ବଳ ପ୍ରଦାନ କରୁଛି । ଆଗାମୀ ଦିନରେ ଏହି ଚୁପ ରହିବା ଜନ ଆନ୍ଦୋଳନର ରୂପ ନେବ ବୋଲି ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments