Homebreaking newsନକଲି ଏମଭିଆଇ ଗିରଫ, ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ

ନକଲି ଏମଭିଆଇ ଗିରଫ, ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ

ବାଲିଗୁଡା, (୨୧/୦୯) : ଆପ୍ର : ନିଜକୁ ଆରଟିଓ ବିଭାଗର ମୋଟର ଭେହିକିଲ୍ ଇନ୍ସପେକ୍ଟର (ଏମଭିଆଇ) ପରିଚୟ ଦେଇ ଠକେଇ କରୁଥିବା ଅଭିଯୋଗରେ ଧର୍ମେନ୍ଦ୍ର କୁମାର ବେହେରା (୩୦)ଙ୍କୁ କନ୍ଧମାଳ ପୁଲିସ ଗିରଫ କରିଛିWhatsApp Image 2026 09 20 at 18.23.30

ଚକାପାଦ ଥାନା ଅନ୍ତର୍ଗତ ଟୋଟାସାହିର ଧର୍ମେନ୍ଦ୍ର ଓରଫ ନିଖିଳ କୁମାର ପଟ୍ଟନାୟକ ନାମରେ ନିଜକୁ ପରିଚୟ ଦେଉଥୁବା ପୋଲିସ କହିଛି । ସାରଙ୍ଗଡ଼ ଥାନାରେ ରୁଜୁ ମାମଲା ଅନୁଯାୟୀ, ଜଣେ ମହିଳାଙ୍କୁ ସରକାରୀ ଚାକିରି କରାଇଦେବା ଓ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ବିଭିନ୍ନ କିସ୍ତିରେ ଫୋନ ପେ ମାଧ୍ଯମରେ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ନେଇଥ‌ିବା ଅଭିଯୋଗ ହୋଇଛି । ବିଶ୍ବସ୍ତ ସୂତ୍ର ରୁ ଖବର ପାଇ ପାବୁରିଆ ଛକରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ତାଙ୍କୁ ଧରା ଯାଇଥିଲା । ସେ ସମୟରେ ସେ ଓଏମଭିଡି ୟୁନିଫର୍ମ ପିନ୍ଧିଥିବା ସହ ଗାଡ଼ିରେ କମଳା ଲାଇଟ୍ ଲଗାଇଥିଲେ ।

ତାଙ୍କଠାରୁ ୟୁନିଫର୍ମ, ନେମପ୍ଲେଟ୍, ଦୁଇଟି କାର୍, ମୋବାଇଲ୍ ଫୋନ୍, ବ୍ୟାଙ୍କ ପାସ୍‌ବୁକ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି।ପୋଲିସ ର ପ୍ରାଥମିକ ତଦନ୍ତ ଅନୁସାରେ ଅଭିଯୁକ୍ତ କନ୍ଧମାଳ ଓ ଗଞ୍ଜାମର ବିଭିନ୍ନ ସ୍ଥାନରେ ନକଲି ଏମଭିଆଇ ପରିଚୟରେ ଗାଡ଼ି ଯାଞ୍ଚ କରୁଥିବା ଜଣାପଡ଼ିଛି। ଏକାଧିକ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଠକେଇ କରିଥିବା ଅଭିଯୋଗ ମଧ୍ଯ ରହିଛି । ଏନେଇ ଆୟୋଜିତ ପ୍ରେସମିଟ୍‌ରେ କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି । ଘଟଣାରେ ଆଉ କେହି କେହି ସମ୍ପୃକ୍ତି ଅଛନ୍ତି କି ନାହିଁ ଏବଂ ଅନ୍ୟ କେତେଜଣ ଠକେଇ ର ଶିକାର ହୋଇଛନ୍ତି । ସେ ସମ୍ପର୍କ ରେ ମଧ୍ଯ ତଦନ୍ତ ଜାରି ରହିଛି । ଗିରଫ ଅଭିଯୁକ୍ତଙ୍କୁ ବାଲିଗୁଡ଼ା କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments