Homelocalନକଲି ପନିର ପରେ ଏବେ ନକଲି ଚାଉଳ! ୪୦୦ରୁ ଅଧିକ ପ୍ୟାକେଟ୍ ଜବତ

ନକଲି ପନିର ପରେ ଏବେ ନକଲି ଚାଉଳ! ୪୦୦ରୁ ଅଧିକ ପ୍ୟାକେଟ୍ ଜବତ

ରାଉରକେଲା, (୧୫/୧୦) : ଆପ୍ର : ନକଲି ଘିଅ ଏବଂ ପନିର୍ ପରେ ଏବେ ନକଲି ଚାଉଳ । ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ଅଞ୍ଚଳରୁ ପ୍ୟାକେଟ୍ ପ୍ୟାକେଟ୍ ଡୁପ୍ଲିକେଟ୍ ଚାଉଳ ଜବତ ।

ପ୍ରାୟ ୪୦୦ରୁ ଅଧିକ ନକଲି ଚାଉଳ ଭର୍ତ୍ତି ପାକେଟ ଓ ଖାଲି ପାକେଟ ଜବତ କରିଛି ପୋଲିସ । ଏହା ସହ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଏକ ଘରୋଇ କମ୍ପାନୀର ବ୍ରାଣ୍ଡେଡ ପ୍ୟାକେଟରେ ନିମ୍ନମାନର ଚାଉଳ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଏହା ପରେ ରାଉରକେଲାର କେତେକ ଚାଉଳ ଗୋଦାମରେ ଚଢ଼ାଉ କରିଥିଲା ପୋଲିସ । ରାଉରକେଲା ଏସପି ଏକ ସତନ୍ତ୍ର ପୋଲିସ ଟିମ ଗଠନ କରି ଡେଲିମାର୍କେଟର ଦିନାନାଥ ଲେନରେ କିଛି ଚାଉଳ ଗୋଦାମ ଓ ଖୁଚୁରା ଦୋକାନରେ ଚଢ଼ାଉ କରିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ନକଲି ବ୍ରାଣ୍ଡ ପ୍ରସ୍ତୁତି ରାକେଟ ଚାଲିଥିବା ଘଟଣା ଜଣପଡିଥିଲା । ତେବେ ଏହି ବ୍ୟବସାୟ କେବଳ ରାଜ୍ୟ ଭିତରେ ଚାଲିଛି ନା ରାଜ୍ୟ ବାହାରକୁ ମଧ୍ୟ ଚାଲିଛି ସେନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ରାଉରକେଲା ଏସପି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments