ଝାରସୁଗୁଡା, (୧୨/୦୯) : ଆପ୍ର : କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ୍। ଝାରସୁଗୁଡ଼ା ଦୋକାନ ଛାତ ତାଡ଼ି କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
ପୁରୁଣା ବସଷ୍ଟାଣ୍ଡ ନିକଟ ରାସ୍ତାପଡ଼ ଜୁଏଲାରୀ ଦୋକାନରୁ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଝାରସୁଗୁଡା ସହର ସ୍ଥିତ ପୁରୁଣା ବସ୍ ଷ୍ଟାଣ୍ଡ ନିକଟ ସହରର ମୁଖ୍ୟ ରାସ୍ତା ଥିବା ମଙ୍ଗଳପୁରିଆ ସୁନା ଦୋକାନରେ ଘଟିଛି ଏହି ଅଘଟଣ । ଗତ ବିଳମ୍ବିତ ରାତିରେ ଏକ ଚୋର ଦଳ ରାସ୍ତା କଡ଼ରେ ଥିବା ଅନ୍ୟ ଦୋକାନ ବାହାରେ ପାର୍କିଂ ରୁ ସ୍କୁଟି ରେ ଚଢି ଛାତ ଉପରକୁ ଯାଇଥିଲେ । ସେଠାରୁ ଏହି ସୁନା ଦୋକାନ ଛାତ ଉପରେ ଯାଇ ପାର୍ଶ୍ୱରେ ଥିବା କାନ୍ଥକୁ କଟରରେ ଭାଙ୍ଗି ସୁନା ଦୋକାନର ପ୍ରଥମ ମହଲାରେ ପଶିଥିଲେ ଓ ପରେ ତଳେ ଥିବା ଏହି ଦୋକାନରେ ପଶିଥିଲେ । ଦୋକାନରୁ ପ୍ରାୟ ପାଖାପାଖି ଏକ କୋଟି ଟଙ୍କାର ସୁନା ଅଳଙ୍କାର ନେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଝାରସୁଗୁଡା SP ଓ ଟାଉନ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଚୋର ଦଳ DVR ନେଇଯାଇଥିବା ଜଣାଯାଇଛି ।

