Homelocalଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଫେରାଇ ଆଣିବାକୁ ପ୍ରଶାସନକୁ ଗୁହାରି

ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଫେରାଇ ଆଣିବାକୁ ପ୍ରଶାସନକୁ ଗୁହାରି

ରାୟଗଡ଼ା, (୧୫/୧୦) : ଆପ୍ର : ରାୟଗଡ଼ା ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର । ରାୟଗଡ଼ା ଜିଲ୍ଲାର ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ଗୁହାରି ।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୁଇ ଦାଦନ ଶ୍ରମିକଙ୍କ ଭିନ୍ନ ଭିନ୍ନ ଘଟଣାରେ ଦୁଇଟି ପୃଥକ୍ ସ୍ଥାନରେ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଘଟଣାକୁ ନେଇ ଦୁଇ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ଅଡ଼ାଜାଲ ଗ୍ରାମର ଜୟରାମ ମାଝୀ ତେଲେଙ୍ଗାନାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ସେହିପରି ମାଇକାଞ୍ଚ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁର ରଞ୍ଜିତ ନାୟକ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଦୁଇ ଶ୍ରମିକଙ୍କ ମୃତଦେହ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଉଭୟ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ଗୁହାରି କରାଯାଇଛି । ଏଭଳି ଦୁଃଖଦ ପରିସ୍ଥିତିରେ ପ୍ରଶାସନର ସହଯୋଗକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାରବର୍ଗ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments