Homeaccidentଅଧୁରା ରହିଗଲା ମହାପ୍ରଭୁଙ୍କ ଦର୍ଶନ,କାର୍‍ ଚଢିଯିବାରୁ ମହିଳାଙ୍କ ମୃତ୍ୟୁ

ଅଧୁରା ରହିଗଲା ମହାପ୍ରଭୁଙ୍କ ଦର୍ଶନ,କାର୍‍ ଚଢିଯିବାରୁ ମହିଳାଙ୍କ ମୃତ୍ୟୁ

ପିପିଲି, (୨୬/୦୭) : ଆପ୍ର : ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାକୁ ପୁରୀ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇସିପୁର ବଜାର ନିକଟରେ ଶନିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ରିପୋର୍ଟ ଲେଖାହେବା ଯାଏଁ ମୃତା ମହିଳାଙ୍କ ପ୍ରକୃତ ପରିଚୟ ଜଣାପଡିନଥିବା ବେଳେ ତାଙ୍କ ବୟସ ୩୫ରୁ ୪୫ ମଧ୍ୟରେ ଓ ଘର ନୟାଗଡ ଜିଲାରେ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁଯାଇ, ରଥ ଉପରେ ଠାକୁରଙ୍କ ସୁନାବେଶ ଦର୍ଶନ କରିବାକୁ ବାଇକ୍‍ ପଛରେ ବସି ମହିଳା ଜଣକ ପୁରୀ ଅଭିମୁଖେ ଯାଉଥିବା ବେଳେ ତେଇସିପୁର ବଜାର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରାସ୍ତାରେ ପ୍ରବଳ ସଂଖ୍ୟାରେ ଗାଡିମୋଟର ଭିଡ ଲାଗି ରହିଥିବା ବେଳେ କୌଣସି କାରଣରୁ ମହିଳାଜଣକ ବାଇକ୍‍ରୁ ଖସି ରାସ୍ତା ଉପରେ ପଡିଥିଲେ ।

ଏହି ସମୟରେ ପଛରୁ ଯାଉଥିବା ଏକ ଇନୋଭା କାର୍‍ ଉକ୍ତ ମହିଳାଙ୍କ ଉପରେ ଚଢିଯାଇଥିଲା । ସେହି ରାସ୍ତାରେ ପେଟ୍ରୋଲିଂ କରୁଥିବା ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ତତ୍‍କ୍ଷଣାତ୍‍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ନିଜ ପୁଲିସ ଭ୍ୟାନରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିକୁ ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ସାତଶଙ୍ଖ ଫାଣ୍ଡି ଅଧିକାରୀ ମନୋରଞ୍ଜନ ପରିଡା ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments