Homelocalଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ପରିବର୍ତ୍ତନ; ଏଣିକି ବିନା ନୋଟିସରେ ଆଉ ବାତିଲ ହେବନି ଦଳ

ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ପରିବର୍ତ୍ତନ; ଏଣିକି ବିନା ନୋଟିସରେ ଆଉ ବାତିଲ ହେବନି ଦଳ

ଭୁବନେଶ୍ୱର, (୧୦/୦୬) : ଆପ୍ର : ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ସଙ୍ଗେ ସଙ୍ଗେ ଡ୍ରାଇଭିଂ ଲାଇସେନ୍ସ (DL) ବାତିଲ କରାଯିବ ନାହିଁ ।

ଲାଇସେନ୍ସ ବାତିଲ ପୂର୍ବରୁ ସମ୍ପୃକ୍ତ ଚାଳକଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବ ଏବଂ ନିଜ ପକ୍ଷ ରଖିବାକୁ ସୁଯୋଗ ମିଳିବ । ନୂଆ ବ୍ୟବସ୍ଥା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ସମ୍ପର୍କିତ ତଥ୍ୟ ପ୍ରଥମେ ‘ସାରଥୀ’ ପୋର୍ଟାଲରେ ଅପଲୋଡ କରାଯିବ। ଏହାପରେ ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ନୋଟିସ ଜାରି କରାଯିବ। କାହିଁକି ତାଙ୍କ ଲାଇସେନ୍ସ ବାତିଲ କରାନଯିବ, ସେନେଇ ସ୍ପଷ୍ଟୀକରଣ ମଗାଯିବ। ଯଦି ଚାଳକଙ୍କ ଉତ୍ତର ସନ୍ତୋଷଜନକ ହୁଏ, ତେବେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି। କିନ୍ତୁ ଯଦି ଉତ୍ତର ସନ୍ତୋଷଜନକ ନଥାଏ କିମ୍ବା ନିୟମ ଉଲ୍ଲଂଘନ ସ୍ପଷ୍ଟ ପ୍ରମାଣିତ ହୁଏ, ତେବେ ୩ ମାସ ପାଇଁ ଲାଇସେନ୍ସ ବାତିଲ କରାଯିବ।

ଏତିକି ନୁହେଁ, ଲାଇସେନ୍ସ ଫେରି ପାଇବାକୁ ହେଲେ ଅମାନିଆ ଚାଳକଙ୍କୁ ୩ ଦିନିଆ ଅନଲାଇନ୍ ସଡ଼କ ସୁରକ୍ଷା ତାଲିମ ନେବାକୁ ପଡ଼ିବ। ତାଲିମ ସଫଳତାର ସହ ଶେଷ କଲା ପରେ ହିଁ ଲାଇସେନ୍ସ ପୁନଃ କାର୍ଯ୍ୟକ୍ଷମ ହେବ । ଯଦି ନିର୍ଦ୍ଧାରିତ ୩ ମାସ ମଧ୍ୟରେ ତାଲିମ ନିଆନଯାଏ, ତେବେ ଲାଇସେନ୍ସ ଫେରାଇ ଦିଆଯିବ ନାହିଁ । ପୂର୍ବରୁ ଟ୍ରାଫିକ୍ ପୋଲିସ କିମ୍ବା ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ସିଧାସଳଖ ଭାବେ ଡିଏଲ୍ ବାତିଲ କରୁଥିଲେ । ଏହାକୁ ନେଇ ଅନେକ ନିର୍ଦ୍ଦୋଷ ଚାଳକ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ଆସୁଥିଲା । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିସ ଓ ମୋଟରଯାନ (ସଂଶୋଧିତ) ଆଇନ-୨୦୧୯ ଅନୁଯାୟୀ ଏହି ନୂଆ ବ୍ୟବସ୍ଥା ଲାଗୁ ହେଉଛି । ଏହା ଦ୍ୱାରା ଲାଇସେନ୍ସ ବାତିଲ ପ୍ରକ୍ରିୟାରେ ସ୍ୱଚ୍ଛତା ବଢ଼ିବା ସହ ଗାଡ଼ି ଚାଳକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ବଢ଼ିବ ବୋଲି ଆଶା କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments