ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଜଳିଗଲା ଟ୍ରକ ଓ ପିକଅପ୍ ଭ୍ୟାନ

Date:

Share post:

କଳାହାଣ୍ଡି, (୩୧/୦୫) : ଆପ୍ର : ଟ୍ରକ-ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା । ଦୁର୍ଘଟଣା ପରେ ଜଳିଗଲା ଟ୍ରକ ଓ ପିକଅପ୍ ଭ୍ୟାନ ।

କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିର ବିରି ମୁହାଣ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ଏବଂ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ି ଜଳିଯାଇଛି । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ଅନ୍ୟପଟେ, ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ । ରସ୍ତା ଉପରେ ଶହ ଶହ ଗ୍ରାମବାସୀ ଙ୍କ ଧାରଣା । ଗତ କାଲି ରାତି ୯ଟା ସମୟରେ ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଳିପଲ୍ଲୀ ଗାଆଁ ନିକଟରେ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର ଖବର ପ୍ରଚାରିତ ହେବା ମାତ୍ରେ ଶହ ଶହ ଲୋକ ରାସ୍ତା ଉପରେ ଧାରଣାରେ ବସି ରହିଛନ୍ତି ।

ଦୀର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି କୌଣସି ସମାଧାନ ହୋଇ ନ ଥିବା ରୁ ଲୋକେ ରାସ୍ତା ଉପରେ ଧାରଣାରେ ବସି ରହିଛନ୍ତି । ଘଟଣା ସ୍ଥଳରେ ବାଙ୍କୀ, ବୈଦେଶ୍ୱର ପୋଲିସ ପହଞ୍ଚି ଧାରଣାରତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି । ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ବୈଦେଶ୍ୱର କଳାପଥର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ରାସ୍ତାର ଦୁଇ ପାର୍ଶ୍ବରେ ଗାଡ଼ି ଅଟକି ରହିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ମହିଳାଙ୍କ ଠାରୁ ଏକକୋଟି ୩୮ ଲକ୍ଷ ଠକିଥିବା ମହିଳା ଗିରଫ

ଗଜପତି, (୨୧/୦୬) : ଆପ୍ର : ମହିଳାଙ୍କ ଠାରୁ ଏକକୋଟି ୩୮ଲକ୍ଷ ଠକାମୀ କରିଥିବା ମହିଳା ଗିରଫ । ପ୍ରାୟ ଦେଢ ବର୍ଷ ଧରି...

ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ହେବ ସୋଲାର ଗାଁ, ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ

ମୟୂରଭଞ୍ଜ, (୨୧/୦୬) : ଆପ୍ର : ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜର ପାହାଡ଼ପୁର ହେବ ସୋଲାର ଗାଁ । ରାଇରଙ୍ଗପୁର ଦାଣ୍ଡବୋଷରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ...

ସାଙ୍ଗ ସହ ଗାଧୋଇବାକୁ ଯାଇ ବୁଡ଼ିଗଲେ ନାବାଳକ

ବାଲୁଗାଁ, (୨୧/୦୬) : ଆପ୍ର : ସାଙ୍ଗ ସହ ଗାଧୋଇବାକୁ ଯାଇଥିବା ବେଳେ ପାଣିରୁ ନାବାଳକର ମୃତଦେହ ଉଦ୍ଧାର । ଖୋର୍ଦ୍ଧା ବାଣପୁର ଥାନା ମାଳିଗୋବିନ୍ଦପୁର...

ରାଜ୍ୟ ସରକାର ଙ୍କ ୨ବର୍ଷ ପୂର୍ତ୍ତି ଉପଲକ୍ଷେ ସଫଳତା ର ବିବରଣୀ ଦେଲେ ବିଧାନ ସଭାର ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ

ସୁବର୍ଣ୍ଣପୁର, (୨୦/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭା ଗୃହ ଠାରେ ଓଡିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ କୁମାର...