Homeaccidentଟ୍ରକକୁ ପିଟିଲା ଡିଜେ ଗାଡ଼ି, ଜଣେ ମୃତ ଓ ୧୦ରୁ ଊର୍ଦ୍ଧ୍ବ ଆହତ

ଟ୍ରକକୁ ପିଟିଲା ଡିଜେ ଗାଡ଼ି, ଜଣେ ମୃତ ଓ ୧୦ରୁ ଊର୍ଦ୍ଧ୍ବ ଆହତ

ସମ୍ବଲପୁର, (୨୨/୦୯) : ଆପ୍ର : ଟ୍ରକକୁ ପିଟିଲା ଡିଜେ ଗାଡ଼ି । ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ଜମନକିରା ୫୩ ନମ୍ବର ଏନଏଚରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

କେନ୍ଦୁଝର ଶୁଆକାଠିରୁ ସୋନପୁର ଇଚ୍ଛାପୁରକୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଡିଜେ ଗାଡ଼ି। ମୃତ ବ୍ୟକ୍ତି ଜଣକ ସୋନପୁର ଇଚ୍ଛାପୁରର ଅଭି ସାମନି ବୋଲି ଜଣାପଡ଼ିଛି । ସେପଟେ ଆହତମାନଙ୍କୁ ପ୍ରଥମେ ଜମନକିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ କୁଚିଣ୍ଡା ଓ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ଜମନକିରା ବାଇପାସ ଠାରେ ଏକ ଲୁହା ବୋଝଇ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ମା ମେଟାକାନି ମ୍ୟୁଜିକ ନାମକ ଏକ ଡିଜେ ଗାଡ଼ି ପଛପଟୁ ଯାଇ ଟ୍ରକକୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments