Homebreaking newsଝୁଲନ୍ତା ଅବସ୍ଥାରେ ବସ ହେଲପର ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ବସ ହେଲପର ଉଦ୍ଧାର

ଜଗତସିଂହପୁର, (୦୫/୦୯) : ଆପ୍ର : ଜଗତସିଂହପୁର ଜିଲ୍ଲା ମାଛଗାଁ ଅନ୍ତର୍ଗତ ଅପଣ୍ଡରା ମୁଗୁରା ନାଳ ନିକଟରେ ଜଣେ ବସ୍ ହେଲପରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ମୃତକ ହେଲେ ବାଲିକୁଦା ଥାନା ତଣ୍ଡିକୁଳ ପଞ୍ଚାୟତ ତିହୁଡି ଗ୍ରାମର କୃଷ୍ଣ ସାହୁଙ୍କ ପୁତ୍ର ତପନ ସାହୁ (୩୨) । ବାଲିକୁଦା ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ମୃତଦେହଟିକୁ ଜବତ କରିଛନ୍ତି । ତପନ ସାହୁ ଏକ ଘରୋଇ ବସରେ କାମ କରୁଥିଲେ । ଗତକାଲି ବସଟି କଟକରୁ ବାହାରି ମାଛଗାଁ ଅପଣ୍ଡରାରେ ପହଁଚିଥିଲା । ବସ କଟକରୁ ଅପରାହ୍ନ ୩.୪୫ରୁ ବାହାରି ଅପଣ୍ଡରା ରେ ୬.୨୦ସନ୍ଧ୍ୟା ପହଂଚି ଥିଲା । ବସ ପହଞ୍ଚିବା ପରେ ତପନ ନିୟମିତ ଭଲି ବସକୁ ସଫା କରି ଥିଲା । ସଫା ସାରି ମୁଗୁରା ନାଳୀ ନିକଟକୁ ଶୌଚ ପାଇଁ ଯାଇଥିଲେ । ମାତ୍ର ସେଠାରେ ଏକ ଗଛରେ ତପନ ମୃତ ଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକମାନେ ବାଲିକୁଦା ପୋଲିସକୁ ଜଣାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚିବା ପରେ ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments