ସୁବର୍ଣ୍ଣପୁର, (୦୩/୧୦) : ଆପ୍ର : ଝାଲମୁଢି ଖାଇ ଝାଡ଼ାବାନ୍ତି । ୫୦ରୁ ଅଧିକ ଆକ୍ରାନ୍ତ l ସୁବର୍ଣ୍ଣପୁର ଜିଲ୍ଲା ମାଙ୍କଡବାହାଲ ଗାଁରୁ ଆସିଛି ଏଭଳି ଏକ ଘଟଣା ।
ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସମୟର ବଦଳି ଗାଁ’ରୁ ଜଣେ ବ୍ୟବସାୟୀ ମାଙ୍କଡବାହାଲ ଗାଁ’କୁ ଝାଲ ମୁଢ଼ି ବିକ୍ରି କରିବାକୁ ଆସିଥିଲେ । ସେଠାରେ ଗ୍ରାମବାସୀ ଝାଲମୁଢ଼ି ଖାଇଥିଲେ । ରାତିରେ ଗାଁ’ର ୫୦ ଜଣଙ୍କ ଝାଡ଼ାବାନ୍ତି ହୋଇଥିଲା । ତୁରନ୍ତ ସେମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୂଚନା ପାଇ ମେଡିକାଲ ଟିମ୍ ମାଙ୍କଡ଼ବାହାଳୀ ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ଓଆରଏସ ସହ ଔଷଧ ବାଣ୍ଟିଛନ୍ତି ।

