Homelocalଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଅର୍ନ୍ତଜାତୀୟ ଅହିଂସା ଦିବସ ପାଳିତ

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଅର୍ନ୍ତଜାତୀୟ ଅହିଂସା ଦିବସ ପାଳିତ

ଗୁଣୁପୁର, (୨/୧୦) : ଆପ୍ର : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳନ କରାଯାଇଛି ।WhatsApp Image 2026 10 03 at 09.53.25 1

ଏହି ଅବସରରେ ଜାତୀୟ ସେବା ଯୋଜନା ପକ୍ଷରୁ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅହିଂସା ସପ୍ତାହ ପାଳନ କରାଯାଇଥିଲା ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସୃଜନଶୀଳ ଓ ଜ୍ଞାନଭିତ୍ତିକ ପ୍ରତିଯୋଗିତା ଯଥା ପ୍ରବନ୍ଧ ଲିଖନ, ବକ୍ତୃତା, ସ୍ଲୋଗାନ୍ ଲିଖନ, କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆଜି ବିଶ୍ୱବିଦ୍ୟାଳୟର ପରିସରରେ ଏକ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ନାଟକ ମାଧ୍ଯମରେ ଅହିଂସା, ଶାନ୍ତି ଓ ସ୍ୱଚ୍ଛତାର ବାର୍ତ୍ତାକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ମଧ୍ୟରେ ସୃଜନଶୀଳତା, ନେତୃତ୍ୱ ଓ ସାମାଜିକ ଦାୟିତ୍ୱବୋଧ ବିକଶିତ କରାଯାଇଥିଲା ।WhatsApp Image 2026 10 03 at 09.53.25 2

ଏହି ଅବସରରେ ବିଶ୍ୱ ବିଦ୍ୟାଳୟର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ତା, ଉପ କୁଳପତି ଡଃ ଗୌତମ ଘୋଷ, ରେଜିଷ୍ଟ୍ରାର ଡଃ ଏନ୍ ଭି ଜଗନ୍ନାଥ ରାଓ, ପ୍ରୋ ଭାଇସ ଚାନ୍ସେଲର ଡଃ ଏ ଭି ଏନ୍ ଏଲ ଶର୍ମା, ପରୀକ୍ଷା ନିୟନ୍ତ୍ରକ ଡଃ ପି ବିଜୟ କୁମାର, ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଅଧ୍ୟକ୍ଷ ଡଃ କେ ମୂରଲୀ ଗୋପାଳ ପ୍ରମୁଖ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଜୀଙ୍କ ଜୀବନୀ ବିଷୟରେ ମତବ୍ୟକ୍ତ କରିଥିଲେ । ପରିଶେଷରେ ଅତିଥିଙ୍କ ଦ୍ୱାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ବାଣୀ ପ୍ରସାଦ ନାୟକ, ଡ଼ଃ ପ୍ରେମଂସୁ ଶେଖର ରଥ, ସମର ଶିକ୍ଷାର୍ଥୀ ବାହିନୀ ର ସି ଟି ଓ ଚିନ୍ମୟ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments