Homelocalଜିଲ୍ଲା ସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପ୍ରଶିକ୍ଷଣ ସମ୍ମିଳନୀ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ

ଜିଲ୍ଲା ସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପ୍ରଶିକ୍ଷଣ ସମ୍ମିଳନୀ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (୦୭/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପ୍ରଶିକ୍ଷଣ ସମ୍ମିଳନୀ-ସହ-ଅଭିମୁଖୀକରଣ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଯାଇଛି ।WhatsApp Image 2026 09 08 at 16.09.28

ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳ ରାଜେନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଉଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଅଜୟ ଲୁହା, ବିନିକାର ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ଲାନ କୁମାର ପାଣ୍ଡିଆ ଯୋଗଦେଇଥିଲେ ।

କ୍ରୀଡ଼ା ପ୍ରଶିକ୍ଷଣରେ ଡିପ୍ଲୋମା କରିଥିବା ବିଭୁଦତ୍ତ ରଥ, ପ୍ରଶିକ୍ଷକ ଜୀବନଜ୍ୟୋତି ନାୟକ ଏବଂ ଦିଲ୍ଲୀପ କୁମାର କୁଅଁର ଏବଂ ତାଇକ୍ୱାଣ୍ଡୋ ପ୍ରଶିକ୍ଷକ ଅନ୍ବେଷ ହୋତା ଯୋଗଦେଇ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ବିଭିନ୍ନ କ୍ରୀଡ଼ା ସମ୍ପର୍କରେ ସବିଶେଷ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲାର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲାଜି ବିଶ୍ୱନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା । ଅଧ୍ୟାପିକା ସନ୍ତୋଷିନୀ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments