Homelocalସାମ୍ବାଦିକ ଅଶୋକ ଭୋଇଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକସଭା ସବୁଦିନ ପାଇଁ ଥମିଗଲା ସ୍ପଷ୍ଟବାଦୀ କଲମ

ସାମ୍ବାଦିକ ଅଶୋକ ଭୋଇଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକସଭା ସବୁଦିନ ପାଇଁ ଥମିଗଲା ସ୍ପଷ୍ଟବାଦୀ କଲମ

ମୁରିବାହାଲ, (୩୦/୦୬) : ଆପ୍ର : କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ପୂର୍ବତନ ଉପସଭାପତି ଅଶୋକ ଭୋଇଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।WhatsApp Image 2026 06 30 at 10.07.34

ଗତ ଜୁନ୍ ୨୨ ତାରିଖ ଦିନ ରାୟପୁରର ଏକ ଘରୋଇ ଚିକିତ୍ସାଳୟରେ ମସ୍ତିଷ୍କ ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗ ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତ ଭୋଇ କେବଳ ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ନଥିଲେ, ବରଂ ଜଣେ ମେଳାପୀ, ମିଷ୍ଟଭାଷୀ ଏବଂ ପରୋପକାରୀ ଯୁବ ବ୍ୟକ୍ତିତ୍ୱ ଭାବେ ବେଶ୍ ଜଣାଶୁଣା ଥିଲେ। ବିଭିନ୍ନ ପତ୍ରପତ୍ରିକାରେ ସଫଳତାର ସହ କାର୍ଯ୍ୟ କରିବା ପରେ ସେ ଦୈନିକ ‘ସମାଜ’ର ବଙ୍ଗୋମୁଣ୍ଡା ପ୍ରତିନିଧି ଏବଂ ‘ପ୍ରମେୟ ନ୍ୟୁଜ୍-୭’ର କଣ୍ଟାବାଞ୍ଜି ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ଜନସାଧାରଣଙ୍କ ସ୍ୱରକୁ ସେ ସରକାରଙ୍କ ପାଖରେ ପହଞ୍ଚାଉଥିଲେ ।

ତାଙ୍କ ଅକାଳ ପ୍ରୟାଣରେ କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା ଆୟୋଜନ କରାଯାଇ ସ୍ମୃତିଚାରଣ କରାଯାଇଥିଲା । ସଦସ୍ୟମାନେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ସଂଘର ଉପଦେଷ୍ଟା ସୁବାସ ବେହେରା, ସଭାପତି ମୋହନ ସୋନି, କାର୍ଯ୍ୟକାରୀ ସଭାପତି ଜୀବନାନନ୍ଦ ମହାନ୍ତି, ସମ୍ପାଦକ ଗୁରୁଦୟାଲ ହଂସ, ଶେଖ୍ ସମିମ୍, କୁର୍ତ୍ତୀକର ବାଗ ଏବଂ କୁଶଲ ଠାକୁର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments