Homebreaking newsଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ ; ଘରେ କଳାକନା ବୁଲାଇ ଦେଲେ ଦୁର୍ବୃତ୍ତ

ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ ; ଘରେ କଳାକନା ବୁଲାଇ ଦେଲେ ଦୁର୍ବୃତ୍ତ

ଖଇରା, (୦୩/୦୯) : ଆପ୍ର : ବାଲେଶ୍ବର ଜିଲ୍ଲା ଖଇରା ଥାନା କବର ଗ୍ରାମରେ ଘରେ କେହି ନଥିବା ବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ କବର ଗ୍ରାମର ଫକୀର ମୋହନ ଦାସଙ୍କ ପରିବାର ଲୋକ ଘରେ ଚାବି ପକାଇ ପୁରୀ ଜଗନ୍ନାଥ ଦର୍ଶନ ଯାଇଥିବା ବେଳେ ଘରେ କେହିନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଘର ପଶି ଲକ୍ଷାଧିକ ଟଙ୍କା ସମେତ ଲୁଟି ନେଲେ ସୁନା ଅଳଙ୍କାର । ଘର ତାଲା ଭାଙ୍ଗି ଦୁଇ ଲକ୍ଷ ନବେ ହଜାର ଟଙ୍କା ସହିତ ଗଡ଼ରେଜ ଭାଙ୍ଗି ୩ ଲକ୍ଷ ଟଙ୍କାର ଅଳଙ୍କାର ନେଇ ଦୁର୍ବୃତ୍ତଫେରାର ହୋଇଯାଇଛନ୍ତି। ଆଜି ପରିବାର ଲୋକ ପୁରୀରୁ ଫେରିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଫକୀର ମୋହନ ଦାସ ଖଇରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments