Homebreaking newsATM କୁ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍, ଦୃବୁର୍ତ୍ତ ଫେରାର

ATM କୁ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍, ଦୃବୁର୍ତ୍ତ ଫେରାର

ସୋର, (୧୧/୦୭) : ଆପ୍ର : ATM କୁ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଏଟିଏମ ମେସିନକୁ ଦୃବୁର୍ତ୍ତ ମାନେ ତାଡି ଟଙ୍କା ଲୁଟି ନେଇଛନ୍ତି ।

ମେସିନକୁ ଘୋଷାରି ଘୋଷାରି ନେଇ କିଛି ଦୂର ରେ ରାସ୍ତା ମଝିରେ ଛାଡି ଫେରାର ହୋଇଯାଇଥିଲେ l ତେବେ ଏଟିଏମ୍‌ରୁ କେତେ ଟଙ୍କା ଲୁଟ ହୋଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଏଟିଏମ ମେସିନ କୁ ଏକ କାରରେ ଦଉଡ଼ି ବାନ୍ଧି ଘୋଷାରି ଘୋଷାରି ନେଉଥିବା ର ଦୃଶ୍ୟ ସିସିଟିଭି ରେ କଏଦ ହୋଇଛି । ଗାଡ଼ିରେ ୫ରୁ ଅଧିକ ଦୃବୁର୍ତ୍ତ ଥିବା ଜଣାଯାଇଛି । ଖବର ପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏଟିଏମ୍ ମେସିନକୁ ଜବତ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments