Homelocalଚାଷ ଜମିରେ କାମ କରୁଥିବା ସମୟରେ ଅଘଟଣ; ବଜ୍ରାଘାତ ହେବା ଯୋଗୁଁ ଜଣେ ଯୁବତୀ ମୃତ...

ଚାଷ ଜମିରେ କାମ କରୁଥିବା ସମୟରେ ଅଘଟଣ; ବଜ୍ରାଘାତ ହେବା ଯୋଗୁଁ ଜଣେ ଯୁବତୀ ମୃତ ଓ ୩ ଗୁରୁତର

ଟିଟିଲାଗଡ, (୨୩/୦୯) : ଆପ୍ର : ଆଜି ମଧ୍ୟାହ୍ନ ପ୍ରାୟ ୪ଟା ସମୟରେ ଚାଷ ଜମିରେ କାମ କରୁଥିବା ସମୟରେ ଅଘଟଣ । ବଜ୍ରାଘାତ ହେବା ଯୋଗୁଁ ଘଟଣା ସ୍ଥଳରେ ଜଣେ ଯୁବତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜାଣ ଗୁରୁତର ଆହତ ହୋଇଛନ୍ତି ।

ଅଭିଯୋଗ ଅନୁସାରେ ଆଜି ଟିଟିଲାଗଡ ଥାନା ଅନ୍ତର୍ଗତ ଭାଟିପଡା ଗାଁ ନିକଟ ଚାଷ ଜମି ରେ ପ୍ରାୟ ୮ ଜଣ ମହିଳା ଚାଷ କାମ କରୁଥିଲେ । ଏହି ସମୟରେ ବର୍ଷା ହେବାରୁ ବର୍ଷା ର ରକ୍ଷା ପାଇବା ପାଇଁ ମହିଳା ମାନେ ପ୍ରଥମେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । କିଛି ସମୟ ପରେ ବର୍ଷା ଛାଡି ଯିବାରୁ ପୁଣି ମହିଳାମାନେ ଚାଷ ଜମିକୁ ଯାଇ ଘାସ ବାଛୁଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିଲା । ଫଳରେ ସମସ୍ତ ମହିଳା ମାନେ ଚାଷ ଜମିରେ ହିଁ ଅଚେତ ହୋଇଯାଇଥିଲେ ।

ସମସ୍ତ ମହିଳାଙ୍କ ମଧ୍ୟରୁ କିଛି ମହିଳା ପୁଣି ଚେତା ଆସିବା ପରେ ଅନ୍ୟ ମାନକୁ ମଧ୍ୟ ଉଠାଇଥିଲେ । ହେଲେ ଏହି ସମୟ ମଧ୍ୟରେ ଜଣେ ୧୭ ବର୍ଷୀୟ ଝିଅ ର ମୃତ୍ୟୁ ହୋଇଯାଇଥିଲା । ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଟିଟିଲାଗଡ ହସପିଟାଲ ପଠାଇଥିଲେ । ହସପିଟାଲ ଯାଇଥିବା ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ହସପିଟାଲ ସ୍ଥାନାନ୍ତରିତ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments