Homelocalଚରଦା ଶୈବ ପୀଠ ରେ ଶଙ୍କରା ଓ ଚରଦା ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚ...

ଚରଦା ଶୈବ ପୀଠ ରେ ଶଙ୍କରା ଓ ଚରଦା ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚ ବୈଠକ

ସୁବର୍ଣ୍ଣପୁର, (୦୧/୦୯) : ଆପ୍ର : ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା କପିଳେଶ୍ଵର ମନ୍ଦିର ସଭାଗୃହ ଠାରେ ଶଙ୍କରା ଓ ଚରଦା ପଞ୍ଚାୟତ ର ବ୍ରାହ୍ମଣ ମାନଙ୍କୁ ନେଇ ବ୍ରାହ୍ମଣ ଏକତା ମଞ୍ଚ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 09 02 at 15.56.41 1

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୀନବନ୍ଧୁ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ସମାଜର ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ମେଡେନ କୁମାର ବିଶି, ବୈକୁଣ୍ଠ ଶତପଥି ପ୍ରମୁଖ ଯୋଗ ଦେଇ ବ୍ରାହ୍ମଣ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଗଲା । ଶଙ୍କରା ପଞ୍ଚାୟତ ର ସଭପତି ଭାବେ ଭାଗବତ ପଣ୍ଡା, କାର୍ଯ୍ୟକାରୀ ସଭାପତି ବିଶ୍ବମ୍ବର ପଣ୍ଡା, ଉପସଭାପତି ଧର୍ମରାଜ ପଣ୍ଡା, ସମ୍ପାଦକ ଯୁଗଳ କିଶୋର ଶତପଥି, ସହ ସମ୍ପାଦକ ନିଖିଲ ପଣ୍ଡା, ତ୍ରିଲୋଚନ ପଣ୍ଡା, ଶିବଶଙ୍କର ପଣ୍ଡା, ଆନନ୍ଦ ଶତପଥି, ଶୁକଦେବ ଶତପଥି କୋଷାଧ୍ୟକ୍ଷ ଭାବେ ପ୍ରଦ୍ୟୁମ୍ନ ହୋତା ଙ୍କୁ ମନୋନୀତ କରଯାଇଛି l ସେହିପରି ଉପଦେଷ୍ଟା ମଣ୍ଡଳୀ ରେ ଦୀନବନ୍ଧୁ ନାୟକ, ଶଶିଭୂଷଣ ଶତପଥି, ସରୋଜ ଦାଶ, ଆର୍ତ୍ତତ୍ରାଣ ହୋତା ଏବଂ ମିଡିଆସେଲ ରେ ଅଶୋକ କୁମାର ପଣ୍ଡା ଙ୍କୁ ରଖାଯାଇଛି ।

ଚରଦା ପଞ୍ଚାୟତ ର ସଭାପତି ଭାବେ ଶମ୍ଭୁପ୍ରସାଦ ମିଶ୍ର, କାର୍ଯକାରୀ ସଭାପତି ଜୟନ୍ତ କୁମାର ହୋତା, ଉପସଭାପତି ପ୍ରଦୀପ କୁମାର ପୁଝାରୀ, ସମ୍ପାଦକ ପ୍ରଦୀପ ହୋତା, ସହ ସମ୍ପାଦକ ଲମ୍ବୋଦର ପୂଝାରୀ, ବୃନ୍ଦାବନ ଦାଶ,କୋଷାଧ୍ୟକ୍ଷ ମକୁନ୍ଦ ପୁରୋହିତ, ଉପଦେଷ୍ଟା ମଣ୍ଡଳୀ ରେ ଅନ୍ତର୍ଯ୍ୟାମୀ ପଣ୍ଡା ଯୁଧିଷ୍ଟିର ଦାଶ, ରଘୁମଣି ପୂଝାରୀ, ପ୍ରଶନ୍ନ ହୋତା, ଦେବାଶିଷ ଦାଶ ଙ୍କୁ ରଖାଯାଇଛି । ରାଜେଶ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଶିବପ୍ରସାଦ ଦାଶ ଧନ୍ୟବାଦ ଦେଇଥିଲେ । ଏଥିରେ ଦୁଇ ପଞ୍ଚାୟତ ର ୫୦ ରୂ ଊର୍ଦ୍ଧ୍ବ ବ୍ରାହ୍ମଣ ଯୋଗଦେଇ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments