Homelocalଗ୍ୟାସ୍ ଲିକ୍ ହୋଇ ଲାଗିଲା ନିଆଁ: ୪ବର୍ଷର ଶିଶୁ କନ୍ୟା ମୃତ, ବାପା-ମା ଗୁରୁତର

ଗ୍ୟାସ୍ ଲିକ୍ ହୋଇ ଲାଗିଲା ନିଆଁ: ୪ବର୍ଷର ଶିଶୁ କନ୍ୟା ମୃତ, ବାପା-ମା ଗୁରୁତର

ଯାଜପୁର, (୧୧/୧୦) : ଆପ୍ର : ଗ୍ୟାସ୍ ଲିକ୍ ହୋଇ ଲାଗିଲା ନିଆଁ, ୪ବର୍ଷର ଶିଶୁ କନ୍ୟା ମୃତ । ବାପା ଓ ମା ଗୁରୁତର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗାଁ’ରେ ଅଭାବନୀୟ ଘଟଣା ।

ଅଭିରାମ ମଲିକଙ୍କ ଘରେ ଚା ଓ ରୁଟି ତିଆରି ହେଉଥିବା ବେଳେ ହଠାତ୍ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ନିଆଁ ଲାଗିଯାଇଥିଲା । ଘରେ ଥିବା ଅଭିରାମ, ତାଙ୍କ ସ୍ତ୍ରୀ ଓ ୪ବର୍ଷର ଶିଶୁ କନ୍ୟା ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଶିଶୁ କନ୍ୟାଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ୱାମୀ ଓ ସ୍ତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ନିଆଁ ଲାଗିବା ଦ୍ୱାରା ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments