Homelocalଆଜିଠାରୁ ଆରମ୍ଭ ନବରାତ୍ରି, ରଥରେ ମା’ ବିରଜାଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଆଜିଠାରୁ ଆରମ୍ଭ ନବରାତ୍ରି, ରଥରେ ମା’ ବିରଜାଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଯାଜପୁର, (୧୧/୧୦) : ଆପ୍ର : ଆଜିଠାରୁ ଆରମ୍ଭ ହେଉଛି ନବରାତ୍ରି । ଆଦିଶକ୍ତିର ପ୍ରଥମ ସ୍ଵରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ର ଆରମ୍ଭ ।

ଧରାପୃଷ୍ଠକୁ ଆଗମନ କରିଛନ୍ତି ମା’ ଦୁର୍ଗା ଦୁର୍ଗତିନାଶିନୀ । ନଅ ଦିନରେ ୯ଟି ବେଶରେ ଦର୍ଶନ ଦେବେ ମାଆ । ମାଆଙ୍କ ନଅଟି ରୂପର ପ୍ରଥମ ରୂପ ହେଉଛନ୍ତି ମା’ ଶୈଳପୁତ୍ରୀ । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ଏହି ରୂପ ପଛରେ ଥିବା ତାତ୍ତ୍ୱିକ ଅବଧାରଣା ଧାର୍ମିକ, ସାଂସ୍କୃତିକ ଏବଂ ସାମାଜିକ ବିକାଶ ପାଇଁ ଆବଶ୍ୟକ ।

ତେବେ ନବରାତ୍ର ପାଇଁ ଚଳଚଞ୍ଚଳ କ୍ଷେତ୍ରେଶ୍ୱରୀ ମା ବିରଜାଙ୍କ ପୀଠ । ନବରାତ୍ର ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଭାରତ ବର୍ଷର ୫୧ଟି ଶକ୍ତିପୀଠ ମଧ୍ୟରୁ ମା ବିରଜାଙ୍କ ପୀଠ ଅନ୍ୟତମ । ଆଜି ଅମାବାସ୍ୟା ପ୍ରତିପଦଠାରୁ ଗଡିବ ମା ବିରଜାଙ୍କର ସିଂହଧ୍ୱଜ ରଥ । ଏହି ନବରାତ୍ରରେ ନଅ ଦିନ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ପାଦ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ । ଏଥି ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଅଂଚଳ । ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ଏହି ଦୁର୍ଲଭ ଦର୍ଶନ ପାଇଁ ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।

ଆଜି ଅପରାହ୍ନରେ ରଥ ପ୍ରତିଷ୍ଠା ପରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା କାର୍ଯ୍ୟ ଅନୁଷ୍ଠିତ ହେବ । ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମାଙ୍କ ରଥ ଟାଣିବାକୁ ଏବଂ ରଥରେ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥାଏ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments