ସୁବର୍ଣ୍ଣପୁର, (୨୦/୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଲି ଫାଣ୍ଡି ଅଧୀନ କଟାପାଲି ଗାଁର ଚନ୍ଦ୍ରଚୂଡ଼ ମହାଦେବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଗଣେଶଙ୍କ ମୂର୍ତ୍ତି ଚୋରୀ କରି ଚୋର ଫେରାର ମାରୁଥିବା ବେଳେ ମାଛ ମାରୁଥିବା କୌଡିଆମୁଣ୍ଡା ଗାଁର ମସ୍ୟଜିବି ହେମନ୍ତ ବାଗ ଏବଂ ତାଙ୍କ ସାଥୀଙ୍କ ହାବୁଡ଼ରେ ପଡିଯାଇଥିଲେ ।
ସାଇକେଲରେ ଗଣେଶ ମୂର୍ତ୍ତି ସହ ଜାଗର ଦୀପ ଓ ଘଣ୍ଟିକୁ ଘୋଡାଇ ମହଦା ଗ୍ରାମର ଧିରେନ ବରିହା ନେଉଥିବା ଦେଖି ମସ୍ୟଜୀବୀମାନେ ଚୋରକୁ କାବୁ କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପରେ ଗାଁ’ରେ ଚୋରକୁ ଅଟକ ରଖି ପୋଲିସକୁ ଖବର ଦେଇଥିବାରୁ ମହାଦେବପାଲି ଫାଣ୍ଡି ଅଧିକାରୀ ଆନନ୍ଦ ନାଏକ ଓ ବିନିକା ଥାନା ଏସ. ଆଇ. ମାରୁତ ଚନ୍ଦ୍ର ପଧାନ ପୋଲିସ ଷ୍ଟାପ ନେଇ ଘଟଣା ସ୍ଥଳକୁ ପହଂଚି ଚୋରକୁ ଗିରଫ କରିବା ସହ ଗଣେଶ ମୂର୍ତ୍ତି, ଘଣ୍ଟି ଏବଂ ଜାଗର ଦୀପକୁ ଉଦ୍ଧାର କରି ବିନିକା ଥାନାକୁ ଆଣିଛନ୍ତି । ଏପଟେ ମନ୍ଦିର କମିଟୀ ଓ ଗାଁ ଲୋକେ ମିଶି ଚୋର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଚୋରକୁ ଆସନ୍ତା କାଲି କୋଟ ଫରୱାର୍ଡ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।

