Homebreaking newsତରଭା ଅଞ୍ଚଳର ୨ଟି ସ୍ଥାନରୁ ଗଞ୍ଜେଇ ସହ ବ୍ୟବହୃତ ୩ଟି କାର ଜବତ : ୯...

ତରଭା ଅଞ୍ଚଳର ୨ଟି ସ୍ଥାନରୁ ଗଞ୍ଜେଇ ସହ ବ୍ୟବହୃତ ୩ଟି କାର ଜବତ : ୯ ଗିରଫ

ସୁବର୍ଣ୍ଣପୁର, (୧୭/୦୭) : ଆପ୍ର : ଗଞ୍ଜେଇ ଚୋରା ଚାଲାଣ କାରୀ ମାନେ କେତେବେଳେ ବୁଦା ମୁଳରେ ତ କେତେବେଳେ ପାଳଗଦାରେ ତ କେତେବେଳେ ଗାଡି ରେ ସ୍ୱତନ୍ତ୍ର ଚେମ୍ବର କରି ଗଞ୍ଜେଇ ଲୁଚାଇ ଅଭିନବ ଉପାୟ ଅବଲମ୍ବନ କରି ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ।

ଏହି ଜିଲ୍ଲା ତରଭା ପୁଲିସ ଗତକାଲି ଅପରାହ୍ନ ସମୟରେ ବ୍ରାହ୍ମଣୀ ଛକ ରାସ୍ତାରେ ଏସ ଆଇ ପ୍ରସନ୍ନଜିତ ବେହେରା, କବିରାଜ କହଁର,, ସାନନ୍ଦ ମଲ୍ଲିକ ଓ ପୋଲିସ କର୍ମଚାରୀଙ୍କ ସହିତ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗୋଟିଏ ଆର୍ଟିକା ଗାଡି ଜେ ଏଚ ୦୧ ଜି ଏନ ୬୮୯୭ଓ ହୁଣ୍ଡାଇ ଆଇ ୧୦ ଓଡି ୦୨ସି ଏଫ ୫୭୨୪ କଣ୍ଟାମାଲ ରୁ ଅନ୍ୟ ଆଡେ ଗଞ୍ଜେଇ ନେଇ ଯାଉଥିବା ବେଳେ ବ୍ରାହ୍ମଣୀ ଛକ ରାସ୍ତାରେ ପୁଲିସ ଟିମ ଉକ୍ତ ଗାଡି କୁ ଅଟକାଇ ଥିଲେ ,ଓ ଗାଡ଼ି ଯାଞ୍ଚ କରିଥିଲେ ଓ ଗାଡି ରେ ଗଞ୍ଜେଇ ଥିବାର ଜାଣିପାରିଥିଲେ ।

ମାଜିଷ୍ଟ୍ରେଟ୍ ଦାୟିତ୍ବ ରେ ତରଭା ତହସିଲଦାର ଶ୍ଵେତା ଲିନା ମହାଣା ଙ୍କ ଉପସ୍ଥିତିରେ ଗାଡି ଯାଞ୍ଚ କରାଯିବାରୁ ଗଞ୍ଜେଇ ବାହାରିଥିଲା । ଓଜନ କରିବାରୁ ରେ ୨୩ କେଜି ୯୦୦ ଗ୍ରାମ ଗଞ୍ଜେଇ ହୋଇଥିଲା । ଉକ୍ତ ଗଞ୍ଜେଇ ଓ ବ୍ୟବହୃତ ଦୁଇ କାର କୁ ଜବତ କରି ଅଭିଯୁକ୍ତ ୭ ଜଣଙ୍କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତିମାନେ ହେଉଛନ୍ତି ଝାରଖଣ୍ଡ ରାଜ୍ୟ ଲତେହା ଜିଲ୍ଲା ର ବିରିଆତୁ ର ଗୌତମ ପାଶ୍ବାନ (୨୦)ଓ ଛୋଟେ ଲାଲ ଠାକୁର (୨୧), ପଳାମୁ ଜିଲ୍ଲା ମନାତୁ ଥାନା ର ପ୍ରିନ୍ସ କୁମ୍ଭାର (୨୬) ପଳାମୁ ଜିଲ୍ଲା ନାୱା ଥାନା ଜାଇପୁରମ ର ପଙ୍କଜ ପ୍ରସାଦ (୨୯)، ଲତେହାଜିଲ୍ଲାନାୱାଗଡ଼ ର ଚନ୍ଦନ କୁମ୍ଭାର (୨୮) ୫ ଜଣ ଝାରଖଣ୍ଡ ଓ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଥାନା ନିଉ ବସଷ୍ଟାଣ୍ଡ ଗାନ୍ଧୀ ରୋଡ଼ ର ବଳକାର ସିଂ (୩୯) ଓ ସେକଟର_୨ ଜି – ୩୯ ର ସୁମନ୍ତ ବିଶାଳ (୩୪) କୁ ପୁଲିସ ଗିରଫ କରିଛି । ତରଭା ଥାନାରେ ପୁଲିସ ୨୬୧/୨୬ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରହିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଏହାର ତଦନ୍ତ ଦାୟିତ୍ୱ ନିଜେ ନେଇ ଥିବା ଆଇଆଇସି ଡୋଳାମଣି ନାଏକ କହିଛନ୍ତି ।

ସେହିପରି ବିଶ୍ୱସ୍ତ ସୂତ୍ରରୁ ପୁଲିସ ଖବର ପାଇ ତରଭା ଏସଆଇ ପ୍ରସନଜିତ ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଗୁଞ୍ଜିମୁଣ୍ଡା ଛକ ନିକଟରେ କଣ୍ଟାମାଲ ଅଞ୍ଚଳରୁ ଆସୁଥିବା ହୋଣ୍ଡା କାର ନମ୍ବର ଓଡ଼ି ୦୨ ସିଡ଼ି ୭୪୦୨ କୁ ଅଟକାଇ ଯାଞ୍ଚ କରିବାରୁ ୩୨ କେଜି ଗଞ୍ଜେଇ ବାହାରିଥିଲା । ପୁଲିସ ବିହାର ରାଜ୍ୟ ଆରା ଜିଲ୍ଲା ଚୌଧୁରୀ ଆନା ର ଛୋଟୁ ଓରଫ ମହମ୍ମଦ ଆଜମୀ (୨୮) ଓ ବିହାର ରାଜ୍ୟ ଅରୁଆନ ଜିଲ୍ଲା ର ବୌଦ୍ରାବାଦ ର ବିଶାଳ କୁମାର(୨୧) କୁ ଗିରଫ କରିଛି । ତରଭା ଥାନା କେଶ ନମ୍ବର ୨୬୨/୨୬ରେ ଏକ ମକଦ୍ଦମା ରୁଜୁ କରି ଏହାର ତଦନ୍ତ ଦାୟିତ୍ୱ ଏସଆଇ ପ୍ରେମ ରାଜସାହୁ ନେଇଥିବା ଓ ଏମାନଙ୍କ ନିକଟରୁ ୩୨ କେଜି ଗଞ୍ଜେଇ, ବ୍ୟବହୃତ କାର ଓ ୩ ଟି ମୋବାଇଲ ଜବତକରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments