ରାଇକିଆ, (୩୧/୦୮) : ଆପ୍ର : ବାର ମାସ ରେ ତେର ପର୍ବ ଆମ ରାଜ୍ୟ ରେ ପାଳିତ ହୁଏ, ତା ଭିତରୁ ଭାଦ୍ରବ ମାସର ପ୍ରଥମ ରବିବାର ରୁ ଆରମ୍ଭ ହୋଇଛି ଖୁଦୁରୁକୁଣୀ ଓଷା ବା ତଅପୋଇ ଓଷା ଦ୍ୱାପର ଯୁଗରୁ ପ୍ରଭୁ ଶ୍ରୀକୃଷ୍ଣ ଓ଼ ତାଙ୍କ ପତ୍ନୀ ଦେବୀ ରୁକ୍ମଣୀ ଙ୍କ କଥୋପ କଥନ ରୁ ରହି ଆସିଛି କିମ୍ବଦନ୍ତୀ, ସାତ ଭାଇ ରେ ଗୋଟେ ଅଲି ଅଳି ଭଉଣୀ ତଅପୋଇ, ସାତ ଭାଇ ସାଧବ ପୁଅ ଆଉ ସମସ୍ତେ ବିବାହିତ, କଥା ରହିଛି ।
ବଣିକ ମାନେ ବୋଇତ ନେଇ ଜାଭା ସୁମାତ୍ରା, ସିଂହଳ କୁ ବାଣିଜ୍ୟ କାରବାର ରେ ଯାଉଥିଲେ ଆଉ ଫେରିଲା ବେଳେକୁ ଧନରତ୍ନ ଆଣି ଫେରୁଥିଲେ, ତଅପୋଇ ର ସାତ ଭାଇ ମାନେ ବାଣିଜ୍ୟ ରେ ଗଲେ ମାତ୍ର ଦଇବ ଦାଉ ସାଧିଲା । ଭାଉଜ ମାନେ ତଅପୋଇ ଉପରେ ଆରମ୍ଭ କଲେ ଅତ୍ୟାଚାର ମାତ୍ର ସାନ ବୋହୁ ତଅପୋଇ କୁ ଶ୍ରଦ୍ଧା କରୁଥିଲେ, ବଣକୁ ମାଣିକ ନାମକ ଛେଳି ଚରେଇ ବାକୁ ଯାଏ ଆଉ ନିଜ ଭାଇ ମାନଙ୍କ ଶୁଭ ମନାସି ମା ସର୍ବମଙ୍ଗଳା ଙ୍କୁ ପାର୍ଥନା କରେ, ଭାଇ ମାନେ ଫେରି ଆସିଲେ ମା ସର୍ବମଙ୍ଗଳା ତଅପୋଇ ଙ୍କ କରୁଣ ପାର୍ଥନା ଶୁଣି ସବୁ ଦଣ୍ଡବିଧାନ ଭାଉଜ ଙ୍କୁ ଦେଲେ, ସେହି କାଳର କଥା ଆଜି ପୁରପଲ୍ଲୀ ରେ ଦେଖିବାକୁ ମିଳେ, କୁମାରୀ ଝିଅ ମାନେ ସକାଳୁ ନାନାଦି ଫୁଲ ତୋଳି ନଦୀ ରେ ମାଟି ବରଣ କରନ୍ତି, ନିତ୍ୟକର୍ମ ସାରିବା ପରେ ନିଷ୍ଠା ରେ ସନ୍ଧ୍ୟା ରେ ମା ଙ୍କ ପ୍ରତିମା ସ୍ଥାପନ କରି ଘଟ ସ୍ଥାପନା କରନ୍ତି ଆଉ ଖଇ, ଚୁଡା, ପିଠା ନାନାଦି ଫଳମୂଳ, ଧୂପ ଦୀପ ଚନ୍ଦନ ଦେଇ ମା ସର୍ବମଙ୍ଗଳା ଙ୍କ ଆରାଧନା କରିବା ସହ ମା ଙ୍କୁ ପୂଜାକରନ୍ତି, । ଓ ବିଭିନ୍ନ ସ୍ଥାନରେ ମା ଖୁଦୁରୁକୁଣୀ ଙ୍କ ପୂଜା ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଓ ଏହି ବିଷୟ ରେ ଜଣେ ମହିଳା ଲିପି ଶତପଥୀ ଓ ଅନ୍ୟ ମାନେ କହିଛନ୍ତି ।

