Homebreaking newsଖଡ଼ିଆଳରେ ଚାଞ୍ଚଲ୍ୟ, ଗୋଟିଏ କୋଠରୀରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଖଡ଼ିଆଳରେ ଚାଞ୍ଚଲ୍ୟ, ଗୋଟିଏ କୋଠରୀରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ନୂଆପଡା, (୧୩/୧୦) : ଆପ୍ର : ଖଡ଼ିଆଳରେ ଚାଞ୍ଚଲ୍ୟ । ଗୋଟିଏ କୋଠରୀରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ।

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରେଇ ଗାଁ’ରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ରହିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଖଟ ଉପରେ ପଡିରହିଛି । ମୃତ ଦମ୍ପତି ହେଲେ ସଂକୀର୍ତ୍ତନ ଗହୀର ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ପୋଡ। ଖବର ପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦମ୍ପତିଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । ସେମାନଙ୍କ ବିବାହ ପ୍ରାୟ ଦେଢ଼ ବର୍ଷ ପୂର୍ବେ ହୋଇଥିବା ଜଣାପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments