Homeaccidentକେନାଲ ଭିତରକୁ ପଶିଗଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ମାଆ ଓ ପୁଅ

କେନାଲ ଭିତରକୁ ପଶିଗଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ମାଆ ଓ ପୁଅ

ତାଳଚେର, (୨୪/୦୯) : ଆପ୍ର : କେନାଲ ଭିତରକୁ ପଶିଗଲା ସ୍କର୍ପିଓ । ତାଳଚେରରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ମାଆ ଓ ପୁଅ ।

ଭାରସାମ୍ୟ ହରାଇ ଏକ ସ୍କର୍ପିଓ ଗାଡ଼ି କେନାଲ ଭିତରକୁ ପଶିଯିବା ପରେ ଗାଡ଼ି ଭିତରେ ଫସି ରହିଥିଲେ ଉଭୟ । ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ତତ୍ପରତା ଯୋଗୁଁ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ,ଏହି ଘଟଣାଟି ତାଳଚେର ବନ୍ତୁଲ ଗାଁ ନିକଟ କେନାଲ ବାଇପାସ ନିକଟରେ ଘଟିଛି । ସମଲ ରାଇଟ୍ କେନାଲ ନିକଟରେ ଯାଉଥିବା ବେଳେ ସ୍କର୍ପିଓଟି ହଠାତ୍ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିଲା । ଗାଡ଼ିରେ ଥିଲେ ତାଳଚେର ଗୋପାଳପ୍ରସାଦ କୁସୁମପାଳ ଗାଁର ବାସନ୍ତୀ ସାମଲ ଓ ଶାନ୍ତନୁ ପତିଆର ।

ତାଳଚେରରେ ମାର୍କେଟିଂ ସାରି ନିଜ ଝିଅକୁ ତାଳଚେର ରୋଡ୍ ଷ୍ଟେସନରୁ ଆଣିବା ପାଇଁ ଯାଉଥିବା ବେଳେ ଘଟିଥିଲା ଏହି ଅଘଟଣ । ଗାଡ଼ି କେନାଲ ଭିତରକୁ ପଶିଯିବା ପରେ ମାଆ ଓ ପୁଅ ଭିତରେ ଫସି ଯାଇଥିଲେ । ଅନ୍ୟପଟେ ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । କେନାଲ ଭିତରୁ ସ୍କର୍ପିଓଟିକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments