ଭୁବନେଶ୍ବର, (୩୧/୧୦) : ଆପ୍ର : କୁହୁଡ଼ି ଚାଦରରେ ଢାଙ୍କି ହେଲା ଟ୍ୱିନ୍ ସିଟି । କଟକ-ଭୁବନେଶ୍ୱରରେ ଯାତାୟାତ ବାଧାପ୍ରାପ୍ତ ।
ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆଜି ସକାଳୁ ଘନ କୁହୁଡ଼ିର ମୋଟା ଆସ୍ତରଣ ଦେଖିବାକୁ ମିଳିଛି । ସମଗ୍ର ଟ୍ୱିନ୍ ସିଟି କୁହୁଡ଼ିର ଧଳା ଚାଦର ତଳେ ଢାଙ୍କି ହୋଇ ରହିଥିଲା । ଦୃଶ୍ୟମାନତା ହ୍ରାସ ଯୋୁଗଁ ରାଜପଥରେ ଗାଡ଼ି ଚଳାଚଳ ମନ୍ଥର ଥିଲା। ସକାଳ ପ୍ରାୟ ୫ଟାରୁ ୭ଟା ମଧ୍ୟରେ କୁହୁଡ଼ିର ଘନତା ଏତେ ଅଧିକ ରହିଥିଲା ଯେ କିଛି ମିଟର ଦୂରରେ ଥିବା ବସ୍ତୁ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉ ନଥିଲା ।
ବିଶେଷ କରି ଜାତୀୟ ରାଜପଥ-୧୬, କଟକର ରିଂ ରୋଡ୍, ନନ୍ଦନକାନନ ରୋଡ୍, ଉତ୍ତରା ଛକ ଏବଂ ଉପକଣ୍ଠ ଅଞ୍ଚଳରେ ଦୃଶ୍ୟମାନତା ଯଥେଷ୍ଟ କମିଯାଇଥିଲା । ଦୁର୍ଘଟଣା ଏଡ଼ାଇବା ପାଇଁ ଗାଡ଼ିଚାଳକମାନେ ଫଗ୍ ଲାଇଟ୍ ଏବଂ ହାଜାର୍ଡ ଲାଇଟ୍ ଜଳାଇ ଧୀର ଗତିରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା । ଗତ କିଛି ଦିନ ଧରି ବାୟୁମଣ୍ଡଳରେ ପ୍ରବଳ ଆର୍ଦ୍ରତା ରହିବା ସହ ରାତି ତାପମାତ୍ରା ହ୍ରାସ ପାଇବା ଫଳରେ ଏହି ଘନ କୁହୁଡ଼ି ସୃଷ୍ଟି ହୋଇଛି ।

