Homelocalକୁଟ୍ରୁମାଳି-ସିଜିମାଳି ଅଞ୍ଚଳର ଆଦିବାସୀଙ୍କୁ ସୁରକ୍ଷା ଦିଅ, ନଚେତ ଦୁର୍ବାର ଆନ୍ଦୋଳନ ହେବ

କୁଟ୍ରୁମାଳି-ସିଜିମାଳି ଅଞ୍ଚଳର ଆଦିବାସୀଙ୍କୁ ସୁରକ୍ଷା ଦିଅ, ନଚେତ ଦୁର୍ବାର ଆନ୍ଦୋଳନ ହେବ

  • କଣ୍ଟାମାଳ ଓ ତାଳମପଦରରେ ଆଦିବାସୀଙ୍କ ସହ ଆଲୋଚନା, ପୋଲିସ ଫୋର୍ସ ପ୍ରତ୍ୟାହାର ଦାବୀ । ଜଳ-ଜଙ୍ଗଲ-ଜମି, ଜୀବିକା ଓ ସାଂସ୍କୃତିକ ପରିଚୟ ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନିରଞ୍ଜନ ବିଶି

ରାୟଗଡ଼ା//କଳାହାଣ୍ଡି, (୨୨/୦୯) : ଆପ୍ର : ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରବିବାର କୁଟ୍ରୁମାଳି ଓ ସିଜିମାଳି ଅଞ୍ଚଳ ସମେତ କଣ୍ଟାମାଳ ଓ ତାଳମପଦର ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଆଦିବାସୀ ଜନସାଧାରଣ, ଗ୍ରାମସଭା ସଦସ୍ୟ, ପାରମ୍ପରିକ ନେତୃବୃନ୍ଦ, ଆଦିବାସୀ କର୍ମୀ ଓ ବିଭିନ୍ନ ସମାଜ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ।

ଏହି ଅବସରରେ ସେ ମା’ ମାଟି ମାଳି ସୁରକ୍ଷା ମଞ୍ଚର ନେତୃବୃନ୍ଦ, କର୍ମୀ ଓ ସଦସ୍ୟମାନଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକମାନେ ନିଜ ଅଞ୍ଚଳର ଜମି-ଜଙ୍ଗଲ-ଜଳ, ପାହାଡ଼-ପର୍ବତ, ଡଙ୍ଗର, ନଦୀ-ନାଳ-ଝରଣା, ପ୍ରାକୃତିକ ସମ୍ପଦ, ପରିବେଶ, ଜୀବିକା, ସମ୍ଭାବ୍ୟ ବିସ୍ଥାପନ ଓ ପୁନର୍ବାସ ସହିତ ପାରମ୍ପରିକ ଜୀବନଶୈଳୀ, ସଂସ୍କୃତି ଓ ସାମୁଦାୟିକ ପରିଚୟ ସମ୍ପର୍କରେ ନିଜର ମତ, ଦାବି ଓ ଆଶଙ୍କା ଉପସ୍ଥାପନ କରିଥିଲେ । ଆଦିବାସୀ ଅଞ୍ଚଳ ଓ ଅଧିକାରର ସୁରକ୍ଷା ପାଇଁ ପେସା ଆଇନ, ବନ ଅଧିକାର ଆଇନ (FRA), ସମ୍ବିଧାନର ପଞ୍ଚମ ଅନୁସୂଚୀ ଓ ଓଡ଼ିଶା ଆଦିବାସୀ ଅଞ୍ଚଳ ଜମି ସୁରକ୍ଷା ଆଇନକୁ କଡ଼ାକଡ଼ି ପାଳନ କରିବାକୁ ସେ ଦାବୀ କରିଛନ୍ତି । ଏହା ସହ ଅଞ୍ଚଳରୁ ପୋଲିସ ଫୋର୍ସ ପ୍ରତ୍ୟାହାର ଓ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments