Homeaccidentକଳିଙ୍ଗ ଷ୍ଟୁଡିଓ ଛକରେ କାର୍ ଓ ବୋଲେରୋ ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଏଆଇ କ୍ୟାମେରା ଓ...

କଳିଙ୍ଗ ଷ୍ଟୁଡିଓ ଛକରେ କାର୍ ଓ ବୋଲେରୋ ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଏଆଇ କ୍ୟାମେରା ଓ ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟ

ଭୁବନେଶ୍ୱର, (୦୧/୧୧) : ଆପ୍ର : ରାଜଧାନୀରେ ଭୟଙ୍କର ସଡ଼କ ଦୁର୍ଘଟଣା । କଳିଙ୍ଗ ଷ୍ଟୁଡିଓ ଛକରେ କାର ଓ ବୋଲେରୋ ମୁହାଁମୁହିଁ ଧକ୍କା । ଭାଙ୍ଗିଲା ଏଆଇ କ୍ୟାମେରା ଓ ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟ ।

ବିଳମ୍ବିତ ରାତିରେ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଉଭୟ ପାର୍ଶ୍ୱରୁ ଅତି ଦ୍ରୁତ ଗତିରେ ଆସୁଥିବା କାର୍ ଏବଂ ବୋଲେରୋ ଗାଡ଼ି ଭିତରେ ମୁହାଁମୁହିଁ ଭୟଙ୍କର ଧକ୍କା ହୋଇଛି । ​ଧକ୍କାଟି ଏତେ ଜୋର୍ ଦାର୍ ଥିଲା ଯେ ଉଭୟ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତା ମଧ୍ୟଭାଗରେ ଥିବା ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲେ । କେବଳ ସେତିକି ନୁହେଁ, ଘଟଣାସ୍ଥଳରେ ଥିବା ଏକ ଷ୍ଟ୍ରିଟ୍ ଲାଇଟ୍ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଲାଗିଥିବା ଏଆଇ କ୍ୟାମେରା ଖୁଣ୍ଟଟି ମଧ୍ୟ ଭାଙ୍ଗି ଚୂର୍ମାର୍ ହୋଇଯାଇଛି । ​ତେବେ ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ ଭାଗ୍ୟବଶତଃ ଉଭୟ ଗାଡ଼ିର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏବଂ ବଡ଼ଧରଣର ଜୀବନହାନି ଟଳିଯାଇଛି । ଏନେଇ ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments