Homelocalସୁବର୍ଣ୍ଣପୁରରେ କଂଗ୍ରେସ ର 'ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ' ବାବଦରେ ସାମ୍ବାଦିକ ସମ୍ମିଳନୀ : ଏଆଇସିସି...

ସୁବର୍ଣ୍ଣପୁରରେ କଂଗ୍ରେସ ର ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ବାବଦରେ ସାମ୍ବାଦିକ ସମ୍ମିଳନୀ : ଏଆଇସିସି ପର୍ଯ୍ୟବେକ୍ଷକ ଶ୍ରୀ ମୋନଜ ରଜନୀ

ସୁବର୍ଣ୍ଣପୁର, (୩୦/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 10 30 at 23.37.47

ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ମନୋଜ ରଜନୀ, ପିସିସି ଉପ-ସଭାପତି ତଥା ବଲାଙ୍ଗୀର ଲୋକସଭା ଦାୟିତ୍ୱରେ ଥିବା ଡ. ଲଲାଟେନ୍ଦୁ ମହାପାତ୍ର, ପିସିସି ସାଧାରଣ ସମ୍ପାଦିକା ତଥା ଏହି ଜିଲ୍ଲା ଦାୟିତ୍ୱରେ ଥିବା ରୂପାଦୀପ୍ତା ମହାପାତ୍ର, ପିସିସି ମିଡିଆ ସେଲ ଚେୟାରମ୍ୟାନ ଅରବିନ୍ଦ ଦାସ, ପିସିସି ସମ୍ପାଦକ ସଂଗ୍ରାମ କେଶରୀ ନାୟକ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆୟୋଗ ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସ ଆଇ ଆର) ନାମରେ ଦେଶରେ ପ୍ରାୟ ୧୪ କୋଟି ଭୋଟରଙ୍କ ନାମ ଭୋଟର ତାଲିକାରୁ କଟାଯାଇଛି । ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ଶ୍ରୀ ରଜନୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି । ଜାତୀୟ ସ୍ତରରେ ଏହି ଦାବିକୁ ନେଇ ଆସନ୍ତା ନଭେମ୍ବର ୧ ତାରିଖରେ ରାମଲୀଳା ମୈଦାନରେ ” ଦିଲ୍ଲୀ ଚଲୋ ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ” ବିଶାଳ ମେଗା ରାଲି ଅନୁଷ୍ଠିତ ହେବ ।WhatsApp Image 2026 10 30 at 23.37.46 1

ଏହି ଜିଲ୍ଲାରୁ ମଧ୍ୟ କାର୍ଯ୍ୟକର୍ତ୍ତା ଏଥିରେ ଯୋଗଦେବେ । ଜ୍ଞାନେଶ କୁମାର ଇସ୍ତଫା ନ ଦେଲେ କଂଗ୍ରେସର ରାଜନୈତିକ ସଂଘର୍ଷ ଜାରି ରହିବ । ଭୋଟ ଚୋରି ବିରୁଦ୍ଧରେ ଲଢ଼େଇ କୁ ବ୍ଲକ ସ୍ତର ପର୍ଯ୍ୟନ୍ତ ନିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏଥିରେ ରଞ୍ଜିତ ରାଏ, ଶେଷଦେବ ମେହେର, ରାଜେନ୍ଦ୍ର ମେହେର, ଭରତ ଜେନାଙ୍କ ସହ କଂଗ୍ରେସ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments