Homelocalଇନ୍ଦ୍ରାବତୀ ନଦୀରେ ଗାଧୋଇବାକୁ ଯାଇ ଅଘଟଣ, ଜଣେ ନିଖୋଜ

ଇନ୍ଦ୍ରାବତୀ ନଦୀରେ ଗାଧୋଇବାକୁ ଯାଇ ଅଘଟଣ, ଜଣେ ନିଖୋଜ

ନବରଙ୍ଗପୁର, (୨୩/୦୯) : ଆପ୍ର : ଇନ୍ଦ୍ରାବତୀ ନଦୀରେ ଗାଧୋଇବାକୁ ଯାଇ ଅଘଟଣ । ଜଣେ ୬୨ ବର୍ଷୀୟ ବ୍ୟକ୍ତି ନିଖୋଜ ।

ଘଟଣାଟି ନବରଙ୍ଗପୁର ସଦର ବ୍ଲକ ସିନ୍ଧିଗାଁ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଗୁଡ଼ା ଗାଁରେ ଘଟିଛି । ନିଖୋଜ ବ୍ୟକ୍ତି ହେଲେ ଗାଁର ମଧୁ ଗମାଟିଆ । ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୨ଟା ସମୟରେ ସେ ଗାଁ ନିକଟ ଇନ୍ଦ୍ରାବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ପରେ ଘରକୁ ନଫେରିବାରୁ ପରିବାର ଲୋକେ ସନ୍ଦେହ କରି ନବରଙ୍ଗପୁର ଟାଉନ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ। ତେବେ ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି । ଆସନ୍ତାକାଲି ପୁଣି ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments