Homelocalଇନ୍ଦ୍ରଗଡ଼ ଓ ମାଣିକେଶ୍ୱର ପଞ୍ଚାୟତରେ ବାତ୍ୟା ବିପନ୍ନଙ୍କୁ ଭେଟିଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ -ଆଶ୍ରୟସ୍ଥଳୀରେ...

ଇନ୍ଦ୍ରଗଡ଼ ଓ ମାଣିକେଶ୍ୱର ପଞ୍ଚାୟତରେ ବାତ୍ୟା ବିପନ୍ନଙ୍କୁ ଭେଟିଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ -ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କଲେ

ରାଇକିଆ, (୦୫/୧୧) : ଆପ୍ର : ଆପ୍ର : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ଇନ୍ଦ୍ରଗଡ଼ ଓ ମାଣିକେଶ୍ୱର ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି ।WhatsApp Image 2026 11 05 at 13.42.54 1

ଏହି ଦୁଇ ପଞ୍ଚାୟତରେ ବାତ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଆଶ୍ରୟସ୍ଥଳୀରେ ରହୁଥିବା ପ୍ରଭାବିତ ପରିବାରଙ୍କୁ ଭେଟିଛନ୍ତି କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ। ଏହି ଅବସରରେ ସେ ଆଶ୍ରୟସ୍ଥଳୀରେ ରହୁଥିବା ବିପନ୍ନଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।ବାତ୍ୟା ଓ ଲଗାଣ ବର୍ଷା ପରେ ଦୁଇ ପଞ୍ଚାୟତରେ ଜନଜୀବନ ଗୁରୁତର ଭାବେ ବହୁ ପ୍ରଭାବିତ ହୋଇଛି । ଅନେକ ଅଞ୍ଚଳରେ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଛି । ଏଭଳି ପରିସ୍ଥିତିରେ ଘର ଛାଡ଼ି ଆଶ୍ରୟସ୍ଥଳୀରେ ରହୁଥିବା ପରିବାରଙ୍କ ନିକଟରେ ପହଞ୍ଚି ସାଂସଦ ଲୋକଙ୍କ ସହ ଆଲୋଚନା କରିଥିଲେ । ବିପନ୍ନଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରିବା ସହ ଏଭଳି ବିପର୍ଯ୍ୟୟ ସମୟରେ ସେମାନଙ୍କ ଆବଶ୍ୟକତା ଓ ଅସୁବିଧା ବୁଝିଥିଲେ । ବିପଦପୂର୍ଣ୍ଣ ସ୍ଥାନରେ ରହୁଥିବା ଲୋକଙ୍କ ସୁରକ୍ଷା ଏବଂ ଆଶ୍ରୟସ୍ଥଳୀରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।

ଓ ଇନ୍ଦ୍ରଗଡ଼ ପଞ୍ଚାୟତରେ ବାତ୍ୟା ଓ ବନ୍ୟାଜଳର ପ୍ରଭାବରେ ନଦୀଗର୍ଭରେ ଲୀନ ହୋଇଯାଇଥିବା ପଞ୍ଚାୟତ ଗୃହର ସ୍ଥିତି ସାଂସଦ ଅନୁଧ୍ୟାନ କରିଥିଲେ । ଏଥିସହ ପଞ୍ଚାୟତ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଘରଦ୍ୱାର ପରିଦର୍ଶନ କରି କ୍ଷୟକ୍ଷତିର ଗମ୍ଭୀରତା ସମ୍ପର୍କରେ ଅବଗତ ହୋଇଥିଲେ। ପଞ୍ଚାୟତ ଗୃହ ନଦୀଗର୍ଭରେ ଭୁଶୁଡ଼ିହୋଇଯିବା ଘଟଣା ଅଞ୍ଚଳରେ ବାତ୍ୟାର ପ୍ରଭାବ କେତେ ଭୟାବହ ଥିଲା, ତାହା ସ୍ପଷ୍ଟ କରୁଛି। ପଞ୍ଚାୟତର ପ୍ରଶାସନିକ କାର୍ଯ୍ୟକଳାପ ଓ ସ୍ଥାନୀୟ ଲୋକଙ୍କ ସେବା ସହ ଜଡ଼ିତ ଏହି ଗୃହ ନଷ୍ଟ ହେବା ଏକ ବଡ଼ କ୍ଷତି ।

ତା ପରେ ସାଂସଦ ଓ ଅଧିକାରୀମାନେ କ୍ଷତିଗ୍ରସ୍ତ ରାସ୍ତାଘାଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ । ବିଶେଷକରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ରାସ୍ତା, ଗୁଡ଼ିକ ,କ୍ଷତିଗ୍ରସ୍ତ ହେବା ଯୋଗୁଁ ସୃଷ୍ଟି ହୋଇଥିବା ଯୋଗାଯୋଗ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା । କ୍ଷତିଗ୍ରସ୍ତ ରାସ୍ତାର ମରାମତି, ଯାତାୟାତ ବ୍ୟବସ୍ଥାର , ଜଲଦି , ହେବା ଏବଂ ପ୍ରଭାବିତ ଅଞ୍ଚଳକୁ ଯୋଗାଯୋଗ ସୁବିଧା ଫେରାଇ ଆଣିବା ନେଇ ପ୍ରଶାସନିକ ସ୍ତରରେ ସ୍ଥିତି ସମୀକ୍ଷା କରାଯାଇଥିଲା । ଓ ସାଂସଦଙ୍କ ଏହି ଗସ୍ତରେ ବିପନ୍ନଙ୍କୁ ସହାୟତା ପ୍ରଦାନ ସହ କ୍ଷତିଗ୍ରସ୍ତ ଅଞ୍ଚଳର ବାସ୍ତବ ସ୍ଥିତିକୁ ନିକଟରୁ ଅନୁଧ୍ୟାନ କରିବା ଉପରେ ଗୁରୁତ୍ୱ ରହିଥିଲା । ବିଶେଷକରି ପଞ୍ଚାୟତ ଗୃହ ଲୀନ ହେବା ଓ ଅନେକ ପରିବାରଙ୍କ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ଘଟଣା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟର ଆବଶ୍ୟକତାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି । ଯୋଗ୍ୟ ବିପନ୍ନଙ୍କୁ ସହାୟତା, ନଷ୍ଟ ହୋଇଥିବା ସରକାରୀ ଭିତ୍ତିଭୂମିର ପୁନଃନିର୍ମାଣ ଏବଂ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

ଏହି ଗସ୍ତ ସମୟରେ ଥିଲେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ସିଡିଓ ଶମ୍ଭୁନାଥ ନନ୍ଦୀ, କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ, କନ୍ଧମାଳ କ୍ଷେତ୍ର ସାଂସଦ ପ୍ରତିନିଧି ଦୁର୍ଗାମାଧବ ଆଚାର୍ଯ୍ୟ, ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା,କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ମାନଗୋବିନ୍ଦ ପ୍ରଧାନ, କନ୍ଧମାଳ ଜିଲ୍ଲା ଭାଜପା ପୂର୍ବତନ ସଭାପତି ଜଗନ୍ନାଥ ସାହୁ,ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ପ୍ରଧାନ, ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ, ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ର, ରାଇକିଆ ବ୍ଲକ ସଂଯୋଜକ କମଳ ପ୍ରସାଦ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments