ଭୁବନେଶ୍ୱର, (୨୩/୦୯) : ଆପ୍ର : ଭୁବନେଶ୍ୱର ଇନଫୋସିଟି ଛକ ନିକଟରେ ସିରିଜ ଦୁର୍ଘଟଣା । ଦୁର୍ଘଟଣା ଘଟାଇଲା ୪ ଚକିଆ ମିନି ଟ୍ରକ । ଏକାସାଙ୍ଗେ ୫ଟି ଗାଡ଼ିକୁ ଧକ୍କା ଦେଲା ମିନିଟ୍ରକ ।
ଜଣେ ଡେଲିଭରୀ ବଏ ସହ ୨ ଆହତ । ଗୋଟିଏ ଅଟୋ ଓ ୨ଟି ବାଇକ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ମିନି ଟ୍ରକ ଡ୍ରାଇଭର ଜଣକ ମଦ ପିଇ ଗାଡ଼ି ଚଳାଉଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ମିନିଟ୍ରକ୍ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ । ତେବେ ଏହି ଅଭିଯୋଗର ସତ୍ୟତା ନେଇ ଅଧିକାରିକ ଭାବେ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମିନିଟ୍ରକ୍ ଓ ଏହାର ଚାଳକଙ୍କୁ ନେଇ ତଦନ୍ତ ଆରମ୍ଭ କରିଛି । ସିରିଜ୍ ଦୁର୍ଘଟଣା ପରେ ଇନଫୋସିଟି ଛକ ନିକଟରେ କିଛି ସମୟ ପାଇଁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା । ପୋଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ କରୁଛି। ମିନିଟ୍ରକ୍ ଚାଳକଙ୍କ ଗାଡ଼ି ଚଳାଇବା ସମୟର ଅବସ୍ଥା ଏବଂ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ।

