Homelocalଶିକ୍ଷା , ସ୍ୱାସ୍ଥ୍ୟ, ଜଙ୍ଗଲ ,ଜମି, ଘର ଡିହ, ସିଲିଂ ଜମି ର ପଟ୍ଟା ପାଇଁ...

ଶିକ୍ଷା , ସ୍ୱାସ୍ଥ୍ୟ, ଜଙ୍ଗଲ ,ଜମି, ଘର ଡିହ, ସିଲିଂ ଜମି ର ପଟ୍ଟା ପାଇଁ ଅନଶନ କରିବାକୁ ବୈଠକ

ଗୁଣପୁର – ୪/୮/୨୬ : ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ( AIARLA) ତରଫରୁ ଗୁଣପୁର ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଏକ ବୈଠକ କରାଯାଇଛି । ରାୟଗଡା ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ,ଏଠାରେ ନିରିହ, ଗରୀବ ଆଦିବାସୀ ମାନଙ୍କ ଦାରିଦ୍ର୍ୟ ଓ ସରଳତାର ସୁଯୋଗ ନେଇ ଜଙ୍ଗଲ ପାହାଡ କାଟି ସୃଷ୍ଟି କରିଥିବା ଚାଷଜମି ସବୁକୁ ଅଣ ଆଦିବାସୀ ,ଜମିଦାର ଓ ସାହୁକାର ମାନେ ହାତେଇ ନେଇଛନ୍ତି ।37091af7 b006 4353 8d42 ceb9cb05a92b

ଆଦିବାସୀ ମାନଙ୍କ ପାଖରେ ଜମି ନାହିଁ କିନ୍ତୁ ସାହୁକାର ମାନେ ଚଞ୍ଚକତା କରି ଏହି ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି । ବିଭିନ୍ନ ଗାଁ ରେ ଜଙ୍ଗଲ ଜମି, ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ଆର ଆଇ ଓ ଅମିନ ମିଶି ଚିହ୍ନଟ କରିବା ପରେ ମଧ୍ୟ ଦୀର୍ଘ ବର୍ଷ ଧରି ଗରିବ ଆଦିବାସୀ ମାନଙ୍କୁ ପଟ୍ଟା ପ୍ରଦାନ କରିବା ନେଇ ଅବହେଳା କରାଯାଉଛି । ବର୍ତ୍ତମାନ ଆଦିବାସୀମାନଙ୍କ ଉପରେ ହୋଇଥିବା ମିଥ୍ୟା କେସ ପ୍ରତ୍ୟାହାର କରିବା, ଭିବି ଜି ରାମ ଜି ଆଇନ ବାତିଲ କରି ଏମ ଜି ଏନ ଆର ଇ ଜି ଏ ଆଇନ ରେ ବର୍ଷ କୁ ୨୦୦ ଦିନ କାମ ଓ ଦୈନିକ ୬୦୦ ଟଙ୍କା ମଜୁରୀ, ସମାନ କାମକୁ ସମାନ ମଜୁରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ୩୦୦ ୟୁନିଟ୍ ବିଦ୍ୟୁତ ଯୋଗାଇବା, ରେସନ କାର୍ଡ ଧାରିକୁ ୫୦ କେଜି ଚାଉଳ ଯୋଗାଇବା, ବାର୍ଦ୍ଧକ୍ଯ ଭତ୍ତା ମାସିକ ୫୦୦୦ ହଜାର ଟଙ୍କା ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ ନକଲେ ଦେଶ ବ୍ୟାପି ଅଗଷ୍ଟ ମାସ ୧୩ ତାରିଖ ଦିନ ୧୨ ଘଣ୍ଟିକା ଠାରୁ ୧୪ ତାରିଖ ୧୨ ଘଣ୍ଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ ଅଫିସ ଓ ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖ ରେ ଅନଶନ ଓ ସତ୍ୟାଗ୍ରହ କରିବା ପାଇଁ ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି । ଆଜିର ବୈଠକରେ ଏଲିଅ ରଇତ, ବୃନ୍ଦାବନ ବିଡିକା, ଅନାସିମ ଶବର, ସଂଜୀବ ଶବର, କୈଳାସ ଶବର, ସତ୍ୟମ୍ ନିମାଲା, ବୁଦୁରା ମାମ୍ଭାଲାକା, ଭିମ ମାଝୀ, ମହାସିଙ୍ଗ ଜାଗରାଙ୍ଗା, ଗୋପିନାଥ ନିମାଲା, ଜକ୍ଷ ଲିମା, ହର୍ଷନନ୍ଦ ଲିମା, ରାମାରାଓ କିଲାକା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments