Homelocalନିର୍ଭୁଲ ଭୋଟର ତାଲିକା ନିମନ୍ତେ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର ସର୍ବେକ୍ଷଣ

ନିର୍ଭୁଲ ଭୋଟର ତାଲିକା ନିମନ୍ତେ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର ସର୍ବେକ୍ଷଣ

ବ୍ରହ୍ମପୁର, (୨୩/୧୦) : ଆପ୍ର : ପଞ୍ଚାୟତିରାଜ ଓ ପୌର ପରିଷଦ ନିର୍ବାଚନ–୨୦୨୭କୁ ଦୃଷ୍ଟିରେ ରଖି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଘରକୁ ଘର ସର୍ବେକ୍ଷଣ, ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ଭିତ୍ତିଭୂମି, ମାନବ ସମ୍ବଳ ନିୟୋଜନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲାର ୪୯୩ଟି ଗ୍ରାମ ପଞ୍ଚାୟତରେ ୩,୩୨୧ଟି ମତଦାନ କେନ୍ଦ୍ର ପାଇଁ ୩,୩୨୧ଟି ସର୍ବେକ୍ଷଣ ଦଳ ଗଠନ କରାଯାଇଛି । ଏହି କାର୍ଯ୍ୟରେ ୪୮୦ ଜଣ ବ୍ଲକ୍ ସୁପରଭାଇଜର, ୩,୩୦୮ ଜଣ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଏବଂ ୮,୩୬୩ ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ପୌରାଞ୍ଚଳରେ ୬୭୭ଟି ମତଦାନ କେନ୍ଦ୍ର ପାଇଁ ୨୯୫ଟି ସର୍ବେକ୍ଷଣ ଦଳ ଗଠନ କରାଯାଇଛି । ସର୍ବେକ୍ଷଣ ସମ୍ପର୍କିତ ପ୍ରଶିକ୍ଷଣ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ପ୍ରାୟତଃ ସମାପ୍ତ ହୋଇଛି ।

ଘରକୁ ଘର ସର୍ବେକ୍ଷଣ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମତଦାନ କେନ୍ଦ୍ରଗୁଡ଼ିକର ପ୍ରତ୍ୟକ୍ଷ ଯାଞ୍ଚ ସହ ପୋର୍ଟାଲରେ ନିର୍ଭୁଲ ତଥ୍ୟ ଅପଲୋଡ୍‌, ସର୍ବେକ୍ଷଣ ଦଳଗୁଡ଼ିକୁ ନିଯୁକ୍ତି ଆଦେଶ ଓ ପରିଚୟପତ୍ର ପ୍ରଦାନ, ବାଲାଟ୍‌ ବାକ୍ସଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ଓ ଯାଞ୍ଚ, ଆବଶ୍ୟକ ଗୋଦାମ ଚୟନ ଓ ଉପଲବ୍ଧତା ସମ୍ପର୍କରେ ପ୍ରମାଣପତ୍ର ପ୍ରଦାନ, ନିର୍ବାଚନ ସାମଗ୍ରୀ ବଣ୍ଟନ ଏବଂ ବ୍ଲକ୍‌ ମୁଖ୍ୟାଳୟ ଓ ପଞ୍ଚାୟତସ୍ତରରେ ବ୍ୟାନର୍‌ ଓ ପୋଷ୍ଟର୍‌ ମାଧ୍ୟମରେ ପ୍ରଚାରପ୍ରସାର ଓ ଜନସଚେତନତା ସୃଷ୍ଟି ଉପରେ ଆଲୋଚନା ହୋଇଥିଲା ।

ଜିଲ୍ଲାର ସମସ୍ତ ବ୍ଲକ୍‌ ଓ ପୌରାଞ୍ଚଳରେ ନିର୍ବାଚନ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିବା ସହ ସମସ୍ତ କାର୍ୟ୍ୟ ଧାର୍ଯ୍ୟ ସମୟସୀମା ପୂର୍ବରୁ ସମାପ୍ତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଭାସୀ ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ ଓ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments