Homelocalବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର//ଚନ୍ଦ୍ରପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଚନ୍ଦ୍ରପୁର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୋଲିସ ଥାନା ପାଖ ସାହି ଠାରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨ ବର୍ଷ ଏବଂ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶର ଧାରା ଓଡ଼ିଶା ସାରା” ଆନୁକୁଲ୍ୟରେ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2026 06 22 at 10.09.57

ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ତ୍ରିନାଥ ଗମାଙ୍ଗଙ୍କ ଅଧ୍ୟକ୍ଷତା ରେ ହୋଇଥିବା ବରିଷ୍ଠ ନାଗରିକ କାର୍ଯ୍ୟକ୍ରମରେ ବିଧାୟକ ପାର୍ଥୀ ତ୍ରିନାଥ ଗମାଙ୍ଗ ମହୋଦୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ମଞ୍ଚ ପରିଚାଳନା ଜଗଦୀଶ ପଣ୍ଡା କରିଥିବା ବେଳେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମନୋଜ କୁମାର ଲିମା ସଭା ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ପାତ୍ର, ଅଶୋକ କୁମାର ନାୟକ ଏବଂ ଅବସରପ୍ରାପ୍ତ Co – operative bank MD ଶମ୍ଭୁ ଚରଣ ଦଳବେହେରାଙ୍କୁ ବିଧାୟକ ପାର୍ଥୀ ଙ୍କ ଦ୍ଵାରା ସମ୍ବର୍ଦ୍ଧନା କରାଯାଇଥିଲା । ସେହି ସମୟରେ ମଣ୍ଡଳ ସଭାପତି ଫକୀର ଭାଇ, ମୋନାଜ ଭାଇ,ସୁବାସ ଭାଇ, ସାନଜ ବଟ କୁମାର, ପୂର୍ବତନ ଜିଲ୍ଲା ପରିଷଦ ଉପ ସଭାପତି ଉଦୟ ନାଥ ପାଢ଼ୀ ଏବଂ ଅନ୍ୟାନ୍ୟ ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments