ଯାଜପୁର, (୦୫/୦୯) : ଆପ୍ର : ଭାରସାମ୍ୟ ହରାଇ ସେତୁ ଉପରୁ ଖସି ପଡିଲା କାର । ଅଳ୍ପକେ ବର୍ତିଗଲେ ୬ଜଣ ।
ଯାଜପୁର ଜିଲ୍ଲା ବରୀ ବ୍ଲକ ରମ୍ପା ପଞ୍ଚାୟତକୁ ସଂଯୋଗ କରୁଥିବା ସେତୁ ଉପରେ ଘଟିଛି ଏହି ଅଘଟଣ । ଗତକାଲି ସନ୍ଧ୍ୟାରେ ଏକ କାର ଭାରସାମ୍ୟ ହରାଇ ସେତୁ ଉପରୁ ନାଳ ମଧ୍ୟକୁ ଖସି ପଡ଼ିଥିଲା । ଏହି କାରରେ ୬ଜଣ ଯାତ୍ରୀ ଥିଲେ । ତେବେ ସ୍ଥାନୀୟ ଗ୍ରାମବାସୀ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ସୂଚନା ମୁତାବକ, କୁଆଖିଆ ଅଞ୍ଚଳରୁ କିଛି ଲୋକ ମାରୁତି ଏର୍ଟିଗା କାର ଯୋଗେ ରମ୍ପା ଗ୍ରାମ ସ୍ଥିତ ବନ୍ଧୁ ଘରକୁ ଆସୁଥିଲେ ।
ସେତୁ ନିକଟରେ କାରଟି ଭାରସାମ୍ୟ ହରାଇ ପାଣିକୁ ଖସି ପଡ଼ିଥିଲା । କାରଟି ପାଣିରେ ବୁଡ଼ୁଥିବା ଦେଖିବା ସ୍ଥାନୀୟ ଲୋକେ କାରରେ ଥିବା ୬ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଯୋଗୁ ଏକ ବଡଧରଣର ଅଘଟଣରୁ ୬ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ନାଳ ଭିତରୁ କାରଟିକୁ ଉଦ୍ଧାର କରିଥିବା ଜଣାପଡିଛି ।

