Homebreaking newsରାହାମା ନିକଟରେ ଚାଲିଥିଲା ସେକ୍ସ ରାକେଟ୍; ଘରେ ଚଢ଼ାଉ କରି ୫ ଜଣଙ୍କୁ ଧରିଲା ପୁଲିସ

ରାହାମା ନିକଟରେ ଚାଲିଥିଲା ସେକ୍ସ ରାକେଟ୍; ଘରେ ଚଢ଼ାଉ କରି ୫ ଜଣଙ୍କୁ ଧରିଲା ପୁଲିସ

ଜଗତସିଂହପୁର, (୦୮/୦୮) : ଆପ୍ର : ଘର ଭିତରେ ଚାଲିଥିଲା ସନ୍ଦେହଜନକ କାରବାର । ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ଏକ ସନ୍ଦିଗ୍ଧ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି ପୁଲିସ ।

ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରାହାମା ଗାଁ ନିକଟରେ । ତିର୍ତ୍ତୋଲ ଥାନା ଅଧୀନରେ ଏକ ଘରେ ଚାଲିଥିବା ସେକ୍ସ ରାକେଟ୍ ଉପରେ ଚଢ଼ାଉ କରି ୪ ଜଣ ମହିଳା ଓ ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ । ସୂଚନା ଅନୁସାରେ, ରାହାମା ନିକଟସ୍ଥ ଏକ ଘରେ ଦୀର୍ଘଦିନ ଧରି ସନ୍ଦେହଜନକ କାରବାର ଚାଲିଥିବା ନେଇ ପୁଲିସକୁ ଖବର ମିଳିଥିଲା । ଏହାପରେ ତିର୍ତ୍ତୋଲ ଥାନା IIC ବଂଶୀଧର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ ଘର ଭିତରୁ ୪ ଜଣ ମହିଳା ଏବଂ ଜଣେ ଯୁବକଙ୍କୁ ପୁଲିସ ଅଟକ କରିଥିଲା । ଏହାସହ ଘରୁ ୨୧୦୦ ଟଙ୍କା ନଗଦ, ଏକ ପର୍ସ ଏବଂ ୯ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ତେବେ ପୁଲିସ ଚଢ଼ାଉ କରିବା ପୂର୍ବରୁ ଏହି କାରବାରରେ ସମ୍ପୃକ୍ତ କିଛି ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇଥିବା ସୂଚନା ମିଳିଛି । ଅଟକ ଥିବା ୫ ଜଣଙ୍କୁ ପୁଲିସ ହେପାଜତରେ ନେଇ ପଚରାଉଚରା କରୁଛି । ଏହି ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଏଠାରେ କେତେଦିନ ଧରି ଏଭଳି କାରବାର ଚାଲିଥିଲା ଏବଂ ଏହା ପଛରେ କିଏ ରହିଛି, ସେନେଇ ତିର୍ତ୍ତୋଲ ପୁଲିସ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments