Homelocalରାକ୍ଷୀ ପୂର୍ବରୁ ଅପମିଶ୍ରିତ ପନିର, ଛେନାକୁ ନେଇ ବଡ଼ ରେଡ୍

ରାକ୍ଷୀ ପୂର୍ବରୁ ଅପମିଶ୍ରିତ ପନିର, ଛେନାକୁ ନେଇ ବଡ଼ ରେଡ୍

ଭୁବନେଶ୍ୱର, (୨୧/୦୮) : ଆପ୍ର : ପନିର ନୁହେଁ ପଏଜନ । ମାର୍କେଟ ସାରା ବିଷ ପନିର । ଭୁବନେଶ୍ବର ରେ ଏକ ମଲରେ ଚଢାଉ ଫୁଡ ସେଫଟି ବିଭାଗର ୬ ଜଣିଆ ଟିମ୍ ରେଡ୍ କରି ଥିଲା ।

ଅପମିଶ୍ରଣ ଜଣାପଡ଼ିବା ପରେ ମଲରେ ଥିବା ରେଷ୍ଟୁରାଣ୍ଟରେ ଚାଲିଛି ଯାଞ୍ଚ । ଗତକାଲି କଟକ ଓ ବ୍ରହ୍ମପୁରରେ ଚଢାଉ କରାଯାଇ ବିପୁଳ ପରିମାଣର ପନିର ନଷ୍ଟ କରାଯାଇଥିଲା । କଟକରେ ପ୍ରାୟ ୭୦ କ୍ୱିଣ୍ଟାଲ ଭେଜାଲ ପନିର ଜବତ କରିଥିଲା ସ୍ବାସ୍ଥ୍ୟ ବିଭାଗ । ଅପମିଶ୍ରିତ ଛେନା ଓ ପନିର ବିକ୍ରି ନେଇ ଚଢାଉ, ରାସାୟନିକ ଦ୍ରବ୍ୟ ମିଶାଯାଇଥିବା ଜଣାପଡିଲା । ରାକ୍ଷୀ ପୂର୍ବରୁ ଅପମିଶ୍ରିତ ପନିର, ଛେନାକୁ ନେଇ ବଡ଼ ରେଡ୍ ।

କଟକ ପରେ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ ଟିମ୍ । ଅପମିଶ୍ରିତ ଛେନା ଓ ପନିର ବିକ୍ରି ଅଭିଯୋଗରେ ହୋଇଛି ରେଡ୍ । ରାଜଧାନୀର ବିଭିନ୍ନ ହୋଟେଲ,ରେଷଟୁରାଣ୍ଟ ଚଢାଉ କରିଛି ଖାଦ୍ୟସୁରକ୍ଷା ବିଭାଗ । ଏପରିକି ପନିରରେ ରାସାୟନିକ ଦ୍ରବ୍ୟ ମିଶାଯାଇଥିବା ପରୀକ୍ଷା ବେଳେ ଧରା ପଡ଼ିଛି । କେଜି କେଜି ଛେନାକୁ ଡଷ୍ଟବିନରେ ଫିଙ୍ଗା ଯାଇଛି । ଅପମିଶ୍ରିତ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments