ରାଇକିଆ, (୨୧/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ କଲେ ଶରୀରକୁ ସୁସ୍ଥ ରଖେ ।
ଏଥିସହିତ ମାନସିକ, ଶାରୀରିକ, ସବୁ ବିକାଶରେ ସହାୟକ ହୋଇଥାଏ। ଦୈନିକ ଯୋଗଭ୍ୟାସ ଦ୍ବାରା ଶରୀର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ସନ୍ତୁଳିତ ରହିବା ସହ ଏକାଗ୍ରତା ବୃଦ୍ଧି ଘଟିଥାଏ । ଯୋଗ ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରିଥାଏ । ଯୋଗ ବିଶ୍ବକୁ ବସୁଦ୍ଧୌବ କୁଟୁମ୍ବକମ ବାର୍ତ୍ତା ଦେଇଥାଏ। ନିତ୍ୟ ଯୋଗଭ୍ୟାସ ଦ୍ବାରା ସକରାତ୍ମକ ଭର୍ଗା, ସାଳ୍ପିକତା ଏବଂ ଜ୍ଞାନେନ୍ଦ୍ରିୟ ବୃଦ୍ଧି ପାଇ ଥାଏ । ଏହା ଦୈନନ୍ଦିନ ଜୀବନରେ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ କହିଥିଲେ। ରାଇକିଆ ବ୍ଲକ କାର୍ଯ୍ୟଳୟ ପରିସରରେ ଅଧ୍ୟକ୍ଷା ରୀନା ପ୍ରଧାନ, ରାଇକିଆ ବିଡ଼ିଓ ସବ୍ୟସାଚୀ ସାହୁ, ଜିପିଡିଓ ମହେଶ ପଟ୍ଟନାୟକ , ସମସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓ ରାଇକିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରାଇକିଆସରପଞ୍ଚ ଗୀତାଞ୍ଜଳୀ ନାୟକ, ଭାଜପା ଓବିସୀ ମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ଲେଙ୍କା, ଭାଜପା ଜିଲ୍ଲା ସମ୍ପାଦକ ସୁକାନ୍ତ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଓ ଆଜି ବହୁ ସୁନ୍ଦର୍ ଭାବେ ପାଳନ କରାଯାଇ ଥିଲା ଯୋଗ ଦିବସ ।

