Homebreaking newsଭଡ଼ା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାର ତଦନ୍ତ କରୁଛି ପୋଲିସ

ଭଡ଼ା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାର ତଦନ୍ତ କରୁଛି ପୋଲିସ

ଭୁବନେଶ୍ୱର, (୨୧/୧୧) : ଆପ୍ର : ଭୁବନେଶ୍ୱର ବଡଗଡ଼ ଉପରସାହିରେ ଭଡ଼ା ଘରୁ ୨୮ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ନାଁ ଦେବାଶିଷ ମହାପାତ୍ର ।

ତାଙ୍କ ଘର କଣାସ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଗତକାଲି ରାତିରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଜି ସକାଳେ ଘରର କବାଟ ନଖୋଲିବାରୁ ଘର ମାଲିକଙ୍କ ମା’ ଏ ବିଷୟରେ ଜଣାଇଥିଲେ । ଏହାପରେ ଘର ମାଲିକ ଝରକା ବାଟେ ଦେଖିବାରୁ ଭଡ଼ାରେ ରହୁଥିବା ଯୁବକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ।ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବଡ଼ଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା । ସୂଚନା ମୁତାବକ, ଦେବାଶିଷ ଜଣେ ଯୁବତୀଙ୍କ ସହ ଦୀର୍ଘ ୭ରୁ ୮ ମାସ ହେବ ଏକାଠି ଲିଭ ଇନ ରେ ରହୁଥିଲେ । ଉଭୟ ବିବାହ କରିବାକୁ ଯୋଜନା କରିଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କର ମଧ୍ୟ ଯିବା ଆସିବା ଥିଲା ।

ଏପରିକି ଚାରି ଦିନ ପୂର୍ବରୁ ଯୁବତୀଙ୍କ ବାପା ଆସି ତାଙ୍କୁ ସାଙ୍ଗରେ ନେଇଯାଇଥିଲେ । ଏହାପରେ ଦେବାଶିଷ ଏକାକୀ ରହୁଥିଲେ । ତେବେ ଯୁବତୀଙ୍କ ସହ କୌଣସି ପ୍ରେମଜନିତ ସମସ୍ୟାକୁ ନେଇ ଦେବାଶିଷ ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments