Homelocalକାର୍ତ୍ତିକ ପୂର୍ବରୁ ଆମିଷ ପ୍ରେମୀଙ୍କ ଭିଡ଼, ଚଢ଼ିଲା ମାଛ-ମାଂସ ଦର

କାର୍ତ୍ତିକ ପୂର୍ବରୁ ଆମିଷ ପ୍ରେମୀଙ୍କ ଭିଡ଼, ଚଢ଼ିଲା ମାଛ-ମାଂସ ଦର

ବ୍ରହ୍ମପୁର, (୨୩/୧୦) : ଆପ୍ର : କାର୍ତ୍ତିକ ମାସ ଆରମ୍ଭ ହେବାକୁ ମାତ୍ର ଦୁଇ ଦିନ ବାକି । ଓଡ଼ିଶାର ସମସ୍ତ ଆମିଷ ବଜାରରେ ଏବେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।

କାରଣ ମାସସାରା ସମ୍ପୂର୍ଣ୍ଣ ନିରାମିଷ ଖାଇବା ପୂର୍ବରୁ ଲୋକେ ନିଜ ମନପସନ୍ଦର ମାଛ ଓ ମାଂସ ଖାଇବାକୁ ଚାହୁଁଛନ୍ତି । ବର୍ତ୍ତମାନ ବଜାରରେ ଏଭଳି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । କାର୍ତ୍ତିକ ମାସର ପବିତ୍ରତା ଯୋଗୁଁ ଓଡ଼ିଶାର ଅଧିକାଂଶ ପରିବାରରେ ମାସସାରା ମାଛ, ମାଂସ, ଅଣ୍ଡା ଓ ଏପରିକି ପିଆଜ-ରସୁଣ ମଧ୍ୟ ବାରଣ କରାଯାଏ । ତେଣୁ ବ୍ରତ ଆରମ୍ଭ ହେବାର ଶେଷ ୪୮ ଘଣ୍ଟା ମଧ୍ୟରେ ଆମିଷର ଚାହିଦା ହଠାତ୍ ବହୁତ ବଢ଼ିଯାଇଛି ।

କାର୍ତ୍ତିକ ମାସ ସାରା ମାଛ-ମାଂସ ଦୋକାନରେ ବିକ୍ରି ପ୍ରାୟ ୫୦% ରୁ ଅଧିକ କମିଯାଏ । ସେଥିପାଇଁ ବ୍ୟବସାୟୀମାନେ ଏହି ଶେଷ ଦୁଇ ଦିନରେ ଅଧିକ ସାମଗ୍ରୀ ମହଜୁଦ ରଖି ଭଲ ଲାଭ କରିବାକୁ ଚେଷ୍ଟା କରନ୍ତି । ଛାଡ଼ଖାଇରେ ଯେମିତି ଭିଡ଼ ହୋଇଥାଏ, ଆଜି ଠିକ୍ ସେଭଳି ଭିଡ଼ ହୋଇଛି। ଭିଡ଼କୁ ଦେଖି ଆମିଷ ବ୍ୟବସାୟୀ ମାନେ ଦର ବଢ଼ାଇ ଦେଇଛନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମଟନ, ଚିକେନ ସହ ମାଛ ଦର ମଧ୍ୟ ବଢିଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments