Homelocalବୋରିଗୁମ୍ମାର ୩ଟି ଚୟନିତ ଗୋଦାବରୀଶ ବିଦ୍ୟାଳୟର ଶିଳାନ୍ୟାସ

ବୋରିଗୁମ୍ମାର ୩ଟି ଚୟନିତ ଗୋଦାବରୀଶ ବିଦ୍ୟାଳୟର ଶିଳାନ୍ୟାସ

ବୋରିଗୁମ୍ମା , (୦୮/୦୬) : ଆପ୍ର : ବିସିଂହପୁର, ବି.ଜାନିଗୁଡ଼ା ଓ ନାରିଗାଁ ଠାରେ ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ଏବଂ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ନୂତନ ଭବନର ଶୁଭାରମ୍ଭ କରାଯାଇଛି ତଥା ସୂଚନା ଫଳକ ଅନାବରଣ କରାଯାଇଛି ।

ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ଆଜି ୨ୟ ପର୍ଯ୍ୟାୟରେ ସାରା ରାଜ୍ୟରେ ୨୦୪ ଟି ଏବଂ ତନ୍ମଧ୍ୟରୁ କୋରାପୁଟ ଜିଲ୍ଲାର ୧୨ଟି ଚୟନିତ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି । ରଣସପୁର ପଞ୍ଚାୟତର ଜାନିଗୁଡ଼ା ଠାରେ ବିଧାୟକ ଶ୍ରୀ ବାହିନୀପତି ଶିଳାନ୍ୟାସ କରିଥିଲେ । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପିଙ୍କୁ ଶତପଥି ,ସରପଞ୍ଚ ଟଙ୍କଧର ନାୟକ, ଏଡିଇଓ ଅର୍ପିତା ପ୍ରଧାନ,ସହାୟକ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ପ୍ରଧାନ, ଡି.ପି.ଇ.ପି. କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡାନିଆଲ କୁଳଦୀପ, ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଖଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ବି.ସିଂହପୁର ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା ।

ସେମିଳିଗୁଡ଼ା ବି.ଇ.ଓ. ଭବାନୀ ପଙ୍କନାୟକ,ଜେଡ଼.ପି.ପିଙ୍କୁ ଶତପଥି, ବରିଷ୍ଠ ଶିକ୍ଷାବିତ ତଥା ଆକାଶବାଣୀ କଳାକାର ସୁରେଶ ଚନ୍ଦ୍ର ମହାପାତ୍ର, ସରପଞ୍ଚ ରୂପା ଜାନୀ, ସମିତିସଭ୍ୟା ରଶ୍ମି ଅମନାତ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତପନ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ମହାନ୍ତି ସହଯୋଗ କରିଥିଲେ । ଅନୁରୁପ ଭାବେ ନାରିଗାଁ ଠାରେ ଶ୍ରୀ ବାହିନୀପତି ଶିଳାନ୍ୟାସ କରିଥିବା ବେଳେ ଏ.ବି.ଇ.ଓ. ସୁବାସ ଚନ୍ଦ୍ର ମାଝି, ସରପଞ୍ଚ ରେବତୀ ପୂଜାରୀ, ବିଦ୍ୟାଳୟ କମିଟି ସଭାପତି ସରୋଜ ଦୋରା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିମୟୀ ନାୟକ,ଜେଡ଼. ପି. ସଭ୍ୟ ପିଙ୍କୁ ଶତପଥି, ପ୍ରଧାନ ଶିକ୍ଷକ ବାଲାଜୀ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments