ଭୁବନେଶ୍ବର, (୦୯/୦୬) : ଆପ୍ର : ରାଜଧାନୀରେ କାଳବୈଶାଖୀ ପ୍ରଭାବ । ଚଳନ୍ତା ଗାଡ଼ି ଉପରେ ମାଡ଼ି ବସିଲା ଗଛ, ଚାରି ଆହତ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଲୋକେ ।
ନୟାପଲ୍ଲୀରେ ଘଟିଛି ଏହି ଦୁର୍ଘଟଣା । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକଙ୍କ ନିଶ୍ଚିତ ପଦକ୍ଷେପ ଯୋଗୁ ଆମେ ବର୍ତ୍ତି ଯାଇଛୁ । ତେବେ ଗତ ଦୁଇଦିନ ଧରି ରାଜଧାନୀରେ ଉତ୍ପାତ କରୁଛି କାଳବୈଶାଖୀ । ଭୁବନେଶ୍ବରର ବିଭିନ୍ନ ରାସ୍ତାଘାଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ନଜିର ରହିଛି । ଏଥିଯୋଗୁ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବ୍ୟାହତ ହେଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ, ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ । ୨ ରୁ ୩ ଦିନ ଭିତରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁବ । ଆଞ୍ଚଳିକ ପାଣିପାଗ ବିଭାଗ ର ପୂର୍ବାନୁମାନ । ମୌସୁମୀ ବାୟୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କିଛି ଅଞ୍ଚଳକୁ ପ୍ରବେଶ କରିଛି ।

