କେନ୍ଦ୍ରାପଡା, (୦୯/୦୬) : ଆପ୍ର : ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରାପଡା ଡେରାବିଶ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଠାରେ ଏଭଳି ଅଘଟଣ ହୋଇଛି ।
କେନ୍ଦ୍ରାପଡା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ କର୍ମଚାରୀ । ମୃତ ବ୍ୟକ୍ତି ଶଶି ଶେଖର ପଣ୍ଡା ବୋଲି ଜଣାପଡିଛି । ମୃତଦେହ ନିକଟରୁ ଏକ ବାଇକ୍ ମଧ୍ୟ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ଶଶି ଶେଖର ପଣ୍ଡାଙ୍କ ଘର ଜଗତସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ସାଦେଇପୁର ବୋଲି ପୋଲିସ ଜାଣିବାକୁ ପାଇଛି । ମୃତଦେହ ଜବତ କରି ବ୍ୟବଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

