Homelocalଚିଲିକାରେ ପର୍ଯ୍ୟଟକ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଜେଟିରେ ବନ୍ଧା ହେଲା ଭାସମାନ...

ଚିଲିକାରେ ପର୍ଯ୍ୟଟକ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଜେଟିରେ ବନ୍ଧା ହେଲା ଭାସମାନ ପୋଲ

ଚିଲିକା, (୨୭/୧୦) : ଆପ୍ର : ଚିଲିକାରେ ପର୍ଯ୍ୟଟକ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ । ଜେଟିରେ ବନ୍ଧା ହେଲା ଭାସମାନ ପୋଲ ।

ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ କୁ ଦୃଷ୍ଟିରେ ରଖି ଚିଲିକାରେ ସମସ୍ତ ପ୍ରକାର ନୌକା ଚଳାଚଳ ଉପରେ ଜାରି କରାଯାଇଛି କଟକଣା । ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଓ ନିରାପତ୍ତାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ୨୬ ଅକ୍ଟୋବରରୁ ୨୯ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଫେରୀ ଓ ପର୍ଯ୍ୟଟକ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖାଯାଇଛି ।

ଚିଲିକା ମଧ୍ୟରେ ପ୍ରବଳ ବେଗରେ ପବନ ବହିବା ସହ ଉଚ୍ଚ ଢେଉ ଉଠିବାର ଆଶଙ୍କା ରହିଛି । ଏହାକୁ ଆଖି ଆଗରେ ରଖି ​ସାତପଡ଼ା, ବାଲୁଗାଁ, ବରକୁଳ ଏବଂ ରମ୍ଭା ସମେତ ବିଭିନ୍ନ ଘାଟରେ ଥିବା ସମସ୍ତ ଯାତ୍ରୀବାହୀ ଡଙ୍ଗା, ସ୍ପିଡ୍ ବୋଟ୍ ଓ ମୋଟର ଲଞ୍ଚ୍ ଗୁଡ଼ିକୁ ସୁରକ୍ଷିତ ଭାବେ ଜେଟିରେ ବାନ୍ଧି ରଖାଯାଇଛି । ​ସାତପଡ଼ା ଓ ଜାହ୍ନୀକୁଦା ମଧ୍ୟରେ ଯୋଗାଯୋଗ ରକ୍ଷା କରୁଥିବା ଗୁରୁତ୍ୱପୂର୍ଣ୍ଣ ଭାସମାନ ପୋଲ ସେବାକୁ ମଧ୍ୟ ବନ୍ଦ କରାଯାଇ ସୁରକ୍ଷିତ ଭାବେ ଲଙ୍ଗର ପକାଇ ବନ୍ଧା ଯାଇଛି । ଚିଲିକାର ପ୍ରମୁଖ ଆକର୍ଷଣ କାଳୀଜାଈ ପୀଠ, ଡଲଫିନ୍ ପଏଣ୍ଟ ଏବଂ ନଳବଣ ପକ୍ଷୀ ଅଭୟାରଣ୍ୟକୁ ଯାଉଥିବା ସମସ୍ତ ପର୍ଯ୍ୟଟକ ଡଙ୍ଗାର ଟିକେଟ୍ ବୁକିଂ ବନ୍ଦ କରାଯାଇଛି ।

ହ୍ରଦ ମଧ୍ୟକୁ କିମ୍ବା ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ହ୍ରଦ ଭିତରେ ଥିବା ଡଙ୍ଗାଗୁଡ଼ିକୁ ତୁରନ୍ତ କୂଳକୁ ଫେରାଇ ଆଣିବା ପାଇଁ ନିବେଦନ କରାଯାଇଥିଲା। ​ପୁରୀ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ସ୍ଥାନୀୟ ବିଡିଓ , ତହସିଲଦାର ଏବଂ ସାମୁଦ୍ରିକ ପୋଲିସ ବିଭିନ୍ନ ଘାଟ ଉପରେ କଡ଼ା ନଜର ରଖିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments